Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

ନବ ପ୍ରତିଶୋଧ

ନବ ପ୍ରତିଶୋଧ

1 min
123


ରାତ୍ରିର ଅନ୍ତିମ ଦ୍ୱାର

ଭୟ ର ଦୋ ଛକିରେ ଠିଆ ହୋଇ

ଆଖି ଟେକି ଚାହେଁ ଧୃତିରାଷ୍ଟ୍ରି

ଅଟେ ଅନ୍ଧ ପିତାଙ୍କର ଜ୍ୟେଷ୍ଠ ସେ କୁମର

ଅଭିମାନ ର ଚୌହଦୀ ରେ ଠିଆ ମାନଗୋବିନ୍ଦ

ଭାଙ୍ଗିଛି ଆଜି ତା ମାନ

ଅପମାନ ର ଜ୍ୱାଳାରେ ଦଗ୍ଧ କାୟ ଓ ମନ

ଦଣ୍ଡାୟମାନ ନଦୀର ସମୀପେ

ଶୁଭୁଥାଏ ବିଜୟ ର ଦୁନ୍ଦୁଭି ପାଣ୍ଡଵ ଶିବିରୁଁ

ସରିଛି ମହା ସମର ମହାଭାରତ ର

ବଞ୍ଚାଇବାକୁ ପ୍ରlଣ ଆଜି ଧାବମାନ

ପାର କରିବାକୁ ହେବ ନଦୀ

ନିକଟତର ହୁଏ ମାନଗୋବିନ୍ଦ

ବହିଯାଏ ସ୍ରୋତ ଲୋହିତ ରଙ୍ଗ

ଝରିଯାଏ ଲୁହ ବୁକୁ ଦେଇ

କଷ୍ଟ ଚାପି ହୃଦୟ ରେ

ଲମ୍ଫ ଦେଲା କୌରବ ସୁତ

ଭାସି ଆସେ କାଷ୍ଠ ଗଣ୍ଡି ସମ

ମୃତ ଶରୀର କା 'ର

ଜାବୋଡି ଧରି ପାର ହୁଏ ରକ୍ତର ନଦୀ 

ହାଏ ଭାଗ୍ୟର ବିଡମ୍ବନା

ଏ ତ ଆପଣାର ପୁତ୍ର ଲକ୍ଷ୍ମଣକୁମାର

ହୃଦୟ ର ପିତାକୁ ହୃଦେ ରଖି

ଆଗକୁ ଚାହେଁ ଅସହାୟ ଜନକ

ବଞ୍ଚିବାକୁ ହେବ ପୁଣି ନବ ପ୍ରତିଶୋଧ

ସରିଯାଉ ପଛେ ହାରିବନି

ଯେହେତୁ ସେ ଠିକ ଜାଣେ

ପଛ ଘୁଞ୍ଚା ନାହିଁ ବୀରର ଜାତକେ

ନବ ପ୍ରତିଶୋଧ ନବ ପ୍ରତିଶୋଧ ,।



Rate this content
Log in

Similar oriya poem from Abstract