ଦୁଃଖ ମୋର ଖୁଵ ଆପଣାର
ଦୁଃଖ ମୋର ଖୁଵ ଆପଣାର
ମନ ହୁଏ କୋଳେଇ ନେବି
ମନର କଷ୍ଟ ସବୁ
ସେ ହିଁ ତ ମୋର ଚିର ସହଚର
ମାଟିର ବାସ୍ନା ଆଘ୍ରାଣି ଥିଲି
କାନ୍ଦି ପ୍ରଥମ କୁଆଁ
ସୁଖ ଦୁଃଖର ସମିଶ୍ରିତ ବେଳା
ଥିଲା, ସେ ଜନ୍ମିତ ମୁହୂର୍ତ୍ତ
ତଥାପି କାହିଁକି ଆନମନା ହୋଇ
ଖୋଜୁଥିଲି ସୁଖର ବେଳା
ଯଦିଓ ଦୁଃଖଟା ଥିଲା ମୋର ଖୁଵ ଆପଣାର l
ମନ ହୁଏ ଜୀଇଁଯିବି ଆନନ୍ଦ ର
ପ୍ରାକୃତିକ ଅପ୍ରାକୃତିକ ଦ୍ୱନ୍ଦ କୁ
ବୁଝିବାର ଥିଲା ମୋ ବାହାରେ
ଏ ଚିନ୍ତାର ମନ ଗଢ଼ା ଉଠା ପକା ରାସ୍ତା
ଅଟେ ମନୁଷ୍ୟକୃତ ନା ଵିଧି ନିର୍ଘୋଷ
ଯେହେତୁ ଦୁଃଖ ଟା ଲାଗେ ମତେ ଖୁଵ ଆପଣାର l
ମନହୁଏ ଖୋଲୁଥିବି ଗୋଟେ ପରେ ଗୋଟେ
ସ୍ମୃତି ର ଚିରା ଫଟା ଫର୍ଦ୍ଦ ସବୁ
କିଛି କିଛି ଦିଶୁଥିବା ଅଦେଖା ଅକ୍ଷର କୁ
ପଢୁଥିବି ଖୋଲି ଦେଇ ମନର ଆଖିକୁ
ହସ କାନ୍ଦର ନିରୋଳା ମୁହୂର୍ତ୍ତରେ
ଗପୁଥିବି ଆପଣା ସାଥିରେ ନିର୍ବିଦ୍ଵନ୍ଦରେ
ନଥିବ ମାନ ଅଭିମାନ ର ସ୍ୱୀକୃତ
ବୁହାଉଥିବି ଲୁହର ଅମାନିଆ ସ୍ରୋତକୁ
ଜଣାଉଥିବି ଏ ଦୁଃଖ ହିଁ ମୋର ଖୁଵ ଆପଣାର l