Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

ବଳିଦାନ

ବଳିଦାନ

1 min
135


ଘଟଣାର ଘଟିତ ବେଳାରେ

ଫୁଲି ଉଠେ ସାଗର ର ବକ୍ଷ

ଅପ୍ରତିଦ୍ବନ୍ଦୀ ବୀର ର ଯନ୍ତ୍ରଣା

ବିଦାରି ଦିଏ ବେଳା ଯେ ଭୂମିର l


ସରିଲାଣି ମରା ଯେ ମୁଣ୍ଡି

ପୂର୍ଣ୍ଣ ତୋର ଆକାଂକ୍ଷା ହେ ରାଜନ!

ସରିଗଲା ତପସ୍ୟା ବର୍ଷ ବାର

ପଡିଗଲା ସମାପ୍ତିର କଳା ଗାର l


ନିହାଣ ମୁଗୁର ର ଧ୍ଵନି

ମିଶିଗଲା ନିଃଶବ୍ଦ ପାରାବାରେ

କାଳିମା ସେ କଳାର ଭଉଁରୀ

ହଜିଗଲା ପ୍ରାଣ ଜଳ ଧାରେ l


ବଞ୍ଚିଗଲେ କାରିଗର କୁଳ

ରଚିଦେଲେ ସ୍ୱର୍ଣ୍ଣ ଇତିହାସ

ସ୍ୱର୍ଣ୍ଣlକ୍ଷରେ ଲିପିବଦ୍ଧ ଆଜି

ସୂର୍ଯ୍ୟ ବଂଶ, ଉତ୍କଳ ର ଦେଶ l


ନିସ୍ତବ୍ଧ ସେ ନିର୍ବିକାର ବେଳେ

ଆଜି ମଧ୍ୟ ଶୁଭେ କୋହ ଶବ୍ଦ

କୋଣାର୍କର ଆର୍ଦ୍ର ମାଟି ଝୁରେ

ଧରମାର ବଳିଦାନ ଶୌର୍ଯ୍ୟ l



Rate this content
Log in

Similar oriya poem from Abstract