ଚିରନ୍ତନ ସତ୍ୟ
ଚିରନ୍ତନ ସତ୍ୟ
ଖସି ଖସି ଯାଏ
ଆକାଶରୁ ଜହ୍ନ
ନୀଳ ଆକାଶ ର ଆଳୟ
କାନ୍ଦୁଥାଏ ପଛପଟେ ଗୁମୁରି ଗୁମୁରି
ବାଦଲ ର ପଣତରେ ଢାଙ୍କି ଦେଇ
ଆଖିର ଲୁହକୁ
ବିରହର ଜ୍ୱାଳା ରେ ଜଳି ଜଳି
ବଞ୍ଚିବାକୁ ହେବ
ଶତାଧିକ ଆୟୁ
ଛାଡି ଛାଡି ଯିବେ ଆତ୍ମୀୟ ସ୍ୱଜନ
ଶୁଭୁଥିବ, ଅନ୍ତର ର କୋହ
ଚନ୍ଦ୍ର ପରେ ସୂର୍ଯ୍ୟ
ଆଉ ଅଗଣିତ ତାରକାରlଜି
ଖସି ଖସି ଯିବେ
ଯାଉଥିବେ ମିଶି ଘୋର ଅନ୍ଧକାରେ
ଓଃ! ଏଇତ ଜୀବନ
ଜନ୍ମ ପରି ମୃତ୍ୟୁ ଏଠି
ଜୀବନ ର ଚିରନ୍ତନ ସତ୍ୟ
ସୃଷ୍ଟି ସ୍ରୋତ ର ଅନ୍ତିମ ଦ୍ୱାରରେ
ଶୁଭୁଥାଏ, ବିଲୟ ର କରାଘାତ
ଆଲୋକ ଅନ୍ଧକାର ର
ଲୁଚକାଳି ଖେଳରେ ଛନ୍ଦିଯାଏ
ଅନାଗତ ଭବିଷ୍ୟତ
ତଥାପି ଆଶା ତ ଅଟେ ଅସୁମାରୀ
ଅପରିସୀମ ସେ ସାଗର ଲହରୀ
ଚାହିଁଥିବ ସୁନୀଳ ଆକାଶ
ଆଃ! ହେବ କି ଦିନେ ପୁନର୍ବାର
ମୋ ଚନ୍ଦ୍ର ଯେ ଉଦିତ!!