STORYMIRROR

MADHU MITA

Fantasy Inspirational

3  

MADHU MITA

Fantasy Inspirational

ହସ୍ୟୋଛାଦିତ

ହସ୍ୟୋଛାଦିତ

1 min
21


ବହୁତ ସୁନ୍ଦର ତୋରୂପ ଗୁଣ ମାଧୂର୍ଯ୍ୟରେ ଭରା

ସଂପୂର୍ଣ୍ଣ ସୃଷ୍ଟି ଟିଏ ତୁତୋ ବିନୁ ଲାଗେ ଜୀବନ ଅଧୁରା

ପୂର୍ଣ୍ଣତାର ପରିପ୍ରକାଶ ତୁ କୋଟି ଲାବନ୍ୟେ ମଧୁଝରା ।


ଶିଶୁ ପ୍ରାଣେ ସଞ୍ଚରିତ

ଯୌବନ କଳା ପ୍ରକାଶିତ

ବାର୍ଦ୍ଧକ୍ୟ ବେପଥୂ ନିବେଦିତ

ବୈରାଗ୍ୟରାଗ ଜର୍ଜରିତ।


ଦେବ ସୁଲଭ ଗୁଣବଳି

ଦାନବ ପ୍ରଣୋଦିତ ଶବ୍ଦାବଳୀ

କୋଇଲିର କୁହୁ ତାନ

ଅବା ଆତ୍ମୀୟତା ପରିପୂର୍ଣ୍ଣ।


କେତେ ବେଳେ ଆପଣାର

କେବେ ଅଟୁ ଛଳନାର

କେବେ ପ୍ରେମ ପ୍ରଣୟର

ଅବା ଲୋଲୁପ କାମନାର ।


କଣ ବା କହି ଆହ୍ବାନ ଦେବିତୁ ତ ସବୁଠି ବିଦ୍ୟମାନ

ସଚରାଚର ସହଚର ତୁ ଅଶ୍ରୁ ନିବାରାର୍ଥେ ମହୀୟାନ ।


ସ୍ମିତ ବିଦ୍ରୁପ କଟାକ୍ଷ ବୀରରୋର୍ଦ୍ରକନ୍ଦର୍ପ

ହେ ହାସ୍ୟରୂପୀ କଳେବରତୋତେ ମୋ ହୃଦ ସମର୍ପିତ

ତୋ ଆଢୁଆଳରେ ଲୁଚେଇଦେବି ମନ ଦାବଗ୍ନି କଳଙ୍କିତ

ପ୍ରଛଦପଟରଖିଥାଉ ଭାବାବେଗ ମୋ ସନ୍ତର୍ପିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy