STORYMIRROR

Satyanarayan Sahoo

Action Children

4  

Satyanarayan Sahoo

Action Children

ହସି ହସାଇବା ଆସ

ହସି ହସାଇବା ଆସ

1 min
381


ଆସ ହେ ଶିଶୁ ଏ ରାଗ ରୋଷା ଭୁଲି

ଅନୁରାଗ ପ୍ରୀତି ଧରି

ସମତା ମୈତ୍ରୀ ର ପଥେ ଅଗ୍ରସର

ହୋଇବା ସଭିଏଁ ମିଳି । ୧ 

ହସି ଖେଳି ନାଚି ଗାଇ ଗାଇ ନିତି

ଆମୋଦିତ କରି ପ୍ରାଣ

ଆନନ୍ଦ ଅନ୍ତରେ ପ୍ରୀତି ର ଧାରା ରେ

ହରିବା ସବୁରି ମନ ।୨

ଆସ ସର୍ବେ ଆସ ହୋଇ ହସ ହସ

ଯେତେ ଟିକି ଟିକି ପିଲା

ଖେଳିବା ଖୁସି ରେ ପଢିବା ଶିଖିବା

କେବେ ନ କରିବା ହେଳା ।୩

ଖେଳା ବେଳେ ଖେଳି ପଢା ବେଳେ ପଢ଼ି

ହରି ନେବା ଜନ ମନ

ନବ ଉଦ୍ଧିପନା ନବୀନ ଚେତନା

ଧରି ସାଧିବା କରମ ।୪



Rate this content
Log in

Similar oriya poem from Action