STORYMIRROR

ତାରାପ୍ରସାଦ ଜେନା

Drama

3  

ତାରାପ୍ରସାଦ ଜେନା

Drama

ହସ ମୂଲ୍ୟ ତୁମେ ଦେଇଜାଣ ଖାଲି

ହସ ମୂଲ୍ୟ ତୁମେ ଦେଇଜାଣ ଖାଲି

1 min
23


ହସ ମୂଲ୍ୟ ତୁମେ ଦେଇ ଜାଣ ଖାଲି

ଖୁସିରେ ଏମିତି ବାୟା

ଲୁହ ମୂଲ୍ୟ ତୁମେ ଦେଇ ଜାଣନାହିଁ

ସତେକି ଲୁଚିଛ ଛାୟା 

ହସ ମୂଲ୍ୟ ତୁମେ ଦେଇ ଜାଣ ଖାଲି

             ଖୁସିରେ ଏମିତି ବାୟା ! ୦ !


ଜୀବନ ସଉଦା ଦୁଃଖ ସୁଖ ବୋଲି

କହନ୍ତି ଜନତା ଦେଖ

ସୁଖ ବେଳେ ତୁମେ ଉପରେ ପଡୁଛ

ଦୁଃଖକୁ ମାଡୁନ ପାଖ,

ମରୁଭୂମି ତୁମେ ମରୁଝର ନୁହେଁ

ତୃଷ୍ଣାର ଅଳୀକ ମାୟା

ହସ ମୂଲ୍ୟ ତୁମେ ଦେଇ ଜାଣ ଖାଲି

            ଖୁସିରେ ଏମିତି ବାୟା ! ୧ !


ରାଗ ଅନୁରାଗେ ଘର ବାନ୍ଧିହୁଏ

ଜାଣି ବି ଅଜଣା ରୁହ

ମନ ମୂଲ୍ୟ ତୁମେ ଲାଭ ପାଇବାରୁ

ବଞ୍ଚିତ କରୁଛ ମୋହ,

ଏମିତିକା ସିନା ଅପଯଶ ମୂଲ୍ୟ

ହିସାବ ଯୋଡ଼ିବ କାୟା

ହସ ମୂଲ୍ୟ ତୁମେ ଦେଇ ଜାଣ ଖାଲି

            ଖୁସିରେ ଏମିତି ବାୟା ! ୨ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama