Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ହସ ଦେଇଥିଲ ଦେଉଛ ଲୁହ

ହସ ଦେଇଥିଲ ଦେଉଛ ଲୁହ

1 min
151



ହସ ଦେଇଥିଲ, ଦେଉଛ ଲୁହ

କେତେ କାଳ ପରେ ବିସ୍ମୃତ ସ୍ନେହ

..........ହସ ଦେଇଥିଲ, ଦେଉଛ ଲୁହ ! ୦ !


ଭାବ ଛଡ଼ାଇଲ, ଆପଣା ପର

ରାଣ ଖାଇଥିଲ, ଭାଙ୍ଗିଲ ଘର

ଲୁହ ଶୁଖିଲାଣି, ଛାଡ଼ିଛ କୋହ

..........ହସ ଦେଇଥିଲ, ଦେଉଛ ଲୁହ ! ୧ !


ପଦ ଗାଇଥିଲ, ବେତାଳ ଛନ୍ଦ

ଭଲ ନେଇଗଲ, ରଖିଲ ମନ୍ଦ

ହସ ଲିଭିଗଲା, ଶୁଖିଲା ମୁହଁ

..........ହସ ଦେଇଥିଲ, ଦେଉଛ ଲୁହ ! ୨ !


ଚିନ୍ତା ବଢ଼ାଇଲ, ଅଚିନ୍ତା ନିଜେ

କିଛି ହଜାଇଲି, ନିରତ ଖୋଜେ

ଏଡ଼େ ନିରିମମ ପ୍ରେମର ଦାହ

..........ହସ ଦେଇଥିଲ, ଦେଉଛ ଲୁହ ! ୦ !




Rate this content
Log in

Similar oriya poem from Tragedy