STORYMIRROR

Biswajit Sahoo

Children

3  

Biswajit Sahoo

Children

ହଜିଲା ଶୈଶବ

ହଜିଲା ଶୈଶବ

1 min
245


ଜୀବନର ମୂଳ ଭିତ୍ତିଭୂମି ଆଉ,

ଜୀବନର ଶ୍ରେଷ୍ଠ ସ୍ପର୍ଶ,

ଜନ୍ମ ପରେପରେ ଯୌବନ ପୂର୍ବରୁ,

ପାଖେ ଥାଏ କିଛି ବର୍ଷ।


ଶୈଶବ ସମୟ, ବାଲ୍ୟକାଳ ସେହୁ,

ଆହୁରି କେତେ ଯେ ନାମ,

ଏପରି ସମୟ ଥରେ ଆସେ ମାତ୍ର,

ପିଲାଦିନ ତା'ର ନାମ।


ବାପା, ବୋଉ କୋଳେ, କେତେ ସାଙ୍ଗ ସାଥେ,

କେତେ ମଜା କରିଥାଉ,

ପ୍ରତିଟି ଘଟଣା ସ୍ମୃତି ହୋଇ ସବୁ,

ମନେ ମୋର ରହିଥାଉ।


କଲମ ଚୋରିଠୁ ବୋହୂ ଚୋରି ଯାଏ,

ଖେଳିଥିଲି ଯେତେ ଖେଳ,

ଭୁଲି ମୁଁ ପାରୁନି ଭାଇଭଉଣୀଙ୍କ,

ସ୍ନେହ ଆଦରର ମେଳ।


ହଜିଲା ଶୈଶବ ଫେରେ ନାହିଁ ସିନା,

ଦେଇଯାଏ କିଛି ସ୍ମୃତି,

ଦେହରେ ମୋ ପ୍ରାଣ ଯେତେ ଦିନ ଥିବ,

ଝୁରୁଥିବି ଦିନରାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children