ହଜିଗଲା ରୂପା ଫୁଲ
ହଜିଗଲା ରୂପା ଫୁଲ
ହଜିଗଲା ଆଜି ଆମ ବଗିଚାରୁ
ସୁନା ନାକି ରୂପା ଫୁଲ,
ରୂପରେ ଗୁଣରେ ପ୍ରତିଟି କଥାରେ
ତାର ନାହିଁ କିଛି ମୂଲ ।
ସବୁ ଦୁଃଖତାର ହସରେ ଲୁଚଇ
ଲୁଚେ ଅସୁମାରୀ କୋହ,
ଢଳ ଢଳ ଆଖି ସବୁ ସହି ଯାଏ
ଆଣେ ନାହିଁ କେବେ ଲୁହ ।
ଆମ ରାଗ ଯେବେ ତା ଉପରେ ସାରୁ
ଶୁଖାଇ ଦିଏ ସେ ମୁହଁ,
ଅଭିମାନେ ମଥା ଟେକି ଧିରେ କହେ
ଯାହା କହିବାର କୁହ।
ପବନ ପରିକା ଚଳଚଞ୍ଚଳ ସେ
ପାଣି ପରି ସ୍ୱଚ୍ଛ ସିଏ,
ଚନ୍ଦ୍ରମା ପରି ସେ ଶୀତଳତା ବାଣ୍ଟେ
ସଭିଙ୍କ ମନକୁ ଛୁଏଁ ।
ମନେ ସ୍ଵାର୍ଥ ନାହିଁ ଗର୍ବ ହିଂସା ନାହିଁ
ନାହିଁ ପୁଣି ଇ
ର୍ଷାଭାବ,
ନିଜେ ହସି ସିଏ ସଭିଙ୍କୁ ହିସାଏ
ତା ପରି କିଏ ସେ ହଵ ।
ଦଇବ କି କଲା ନିଷ୍ଠୁରତା ପଣେ
ଛଡା ଇଲା ପ୍ରାଣ ତାର,
ପତ୍ର ଫୁଲ ଫଳେ ବଢୁଥିବା ଗଛ
ହୋଇଗଲା ଛାରଖାର ।
ଛାଡ଼ିଦେଇ ଗଲା ଟିକି ଫୁଲଟିକୁ
ଅଧା ରହିଗଲା ଆଶା,
ବିଞ୍ଚି ପାରିଲାନି ମାଆର ମମତା
ଭାଙ୍ଗି ଦେଇଗଲା ବସା ।
ଅଧା ରହିଗଲା ଜନସେବା ତାର
ସ୍ଵପ୍ନ ରହିଗଲା ଅଧା,
ଅଧା ରହିଗଲା ତା ଭଲପାଇବା
ହେଲା ଦୁନିଆରୁ ବିଦା।
ଆଉ ଶୁଣିବନି ପାଖେ ଫେରିବନି
ହଜିଗଲା ସିଏ କାହିଁ ,
ଦେଖିପାରିବୁନି ଯେତେ ଖୋଜିଲେବି
ଦନିଆଁରେ ସିଏ ନାହିଁ ।