STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ହିରୋ

ହିରୋ

1 min
344


ଖେଳୁ ଥିଲୁ ଖେଳ ଖେଳ ପଡିଆ ରେ

 ଖେଳା ସାଥୀ ଙ୍କ ମେଳ ରେ

 ହସ ଖୁସି ରସ ଭାସ ଅଭିନୟ

ଶିଶୁ ଏ ମଉଜ ଭରେ ।


 ଜୀବନେ ଅଭୁଲା ଅତୀତ ଅବସ୍ଥା

 ଆସିପାରେ ଯେ ସତ ରେ

 ଅଭିନୟ କରି ବଡ ହେବା ପାଇଁ

ଆହା କି ଆନନ୍ଦ ଭରେ ।


କୁହା କୁହି ହୋଇ ମିଛ ରେ ମିଛ ରେ

ହିରୋ ହିରୋଇନ୍ ବୋଲି

ଡାକୁଥିଲୁ ଆଉ କହୁ ଥିଲେ ଖୁସି

ହୋଇ ଯେବେ ଥିଲୁ ଖେଳି ।


ସାଥୀ ପିଲା ମେଳ ଖୁସି ଓ ମଉଜ

ଭିତରେ ଉତ୍ସାହ ବୃଦ୍ଧି

 ପାଇ ଫୁର୍ତ୍ତି ଘେନି ବଡ଼ ହୋଇ ଆଜି

ଅଭିନୟ ରସେ ମଜ୍ଜି ।


ସବୁ ସାଥୀ ପିଲା ଜଣେ ଜଣେ ହେଲୁ

ଯାତ୍ରା କଳାକାର ଆମେ

ଜୀବନ ଯାତ୍ରା ରେ ଅଭିନୟ କରି

ଚାଲୁ ଅଭିନେତା ଭାବେ ।


 ଅଭିନୟ କଳା କୌଶଳ ବିପୁଳ

 ପ୍ରଦର୍ଶନ କରି ଚାଲି

ପୁରସ୍କୃତ ହୋଇ ଅଛୁ ଆଜି ଆମେ

ଯାତ୍ରା ପାଟି ହିରୋ ବୋଲି ।


ଭାବିଲେ ଯେ କଥା ଲାଗେ କେତେ ମଜା

 ଆହା କି ଆନନ୍ଦ ମୟ

ଶୈଶବ ସମୟ ଖେଳ ସାଥୀ ମେଳ

ଆହା ଅନିର୍ବଚ୍ଚନୀୟ ।


ଜନ ଜୀବନ ରେ ଶ୍ରେଷ୍ଠ ଅଭିନେତା

 ଭାବେ ଆଜି ହିରୋ ବୋଲି

ପ୍ରେରଣା ଆହ୍ଵାନ ଦାୟୀ ମତାମତ

ଶୁଣିଲେ ମନ କୁରୂଳି ।


ଉଠଇ ଆମର ଜୀବନେ ଉତ୍କଣ୍ଠା

ହୁଅଇ ନିତି ଜାଗ୍ରତ  

କେତେ କେତେ ଯାତ୍ରା ଜଗତରେ

 କରି ଅଭିନୟ ପ୍ରଦର୍ଶିତ ।


ହୋଇଲୁ ପ୍ରସିଦ୍ଧ ଆହା କି ଆନନ୍ଦ

 ଉଲ୍ଲାସ ଓ ଉଦ୍ଦୀପନା

ଭରି ଦିଏ ନିତ୍ୟେ ନବ ପ୍ରତିଭା ର

ଅନେକ ଭାବ ସେ ସିନା ।



Rate this content
Log in

Similar oriya poem from Action