ହେ ସଖା
ହେ ସଖା


ସଂଘର୍ଷ ଭରା ଆୟୁଷର
ଅଧାପଚା ବୟସରେ
ପାଇ କ୍ଲାନ୍ତ ହୁଏ ଯେବେ ଭ୍ରାନ୍ତ
ହସ ହସ ମୁଖେ ବଢାଇ ଦିଅ
ତେବେ ସଖା ତୁମେ ହସ୍ତ
ଖେଳିଯାଏ ଥୁଣ୍ଟା ଶରୀରରେ ସାହସ ଅପରର୍ଯ୍ୟାପ୍ତ
ହେ ସଖା.....।।
କଣ୍ଟିଳ ଅସରନ୍ତି ପଥେ
ତୁମ ସେନେହ ଆବେଗର ଛାଉଣିର ସ୍ପର୍ଶେ
ସଜ କୁସୁମର ହିମପ୍ରବାହ ହୁଏ ଚରଣ ତଳେ
ସତେ କି ? ଛିଣ୍ଡା ହୃଦୟ ହେଲା ଗୁନ୍ଥି
ନବ ଏକ ଦିବ୍ୟ ଦୃଷ୍ଟିର ଗନ୍ଥାଘର
ହେଲା ସୃଷ୍ଟି ଏ ନୟନ ଯୁଗଳେ
ହେ ସଖା........।।
ନୁହଁ କେହି ଶ୍ରୀକୃଷ୍ଣ ,କି ନୁହଁ କେହି ସୁଦାମା
ନା,
କେହି ଭିକ୍ଷୁକ ନା କେହି ଦାତା
ଦି'ପରିଧିର ଆମେ ଦି'ଯୋଦ୍ଧ।
ନିଆରା ସମ୍ପର୍କ ଏ ବେନାମ
ଅଦୃଶ୍ୟ ସମ୍ପର୍କର କି ଯେ ଲୋଡ଼ା ନାମ
ହେ ସଖା......।।
ଆକାଶ.... ଆଉ ମାଟି
ଅସରନ୍ତି ନକ୍ଷେତ୍ର ଆଉ ଅସରନ୍ତି ଧୂଳି
ଭିନ୍ନ ପରିଧିରେ......
ନ ଥାଇ ବି ମେଳ
ମାଟିକୁ ଆକାଶ ଆଉ ଆକାଶକୁ ମାଟି
ନ ଥାଏ କି ଲୋଡ଼ା..?
ହେ ସଖା.....।।
ଦିନ ଆଉ ରାତି
ଘୋର ଅନ୍ଧକାର ଆଉ ପ୍ରଚଣ୍ଡ ରୁଦ୍ରତାପର ତାତି
ବିପରୀତ ଦିଗର ,ଯଦି ଓ ଗମନ
ସମ୍ପୂର୍ଣ୍ଣ ଏକ ଆକର୍ଷଣ
ନ ଥାଇ ମେଳ ବି ଆଜୀବନ
ହେ ସଖା......।।