ହେ ପୂଜ୍ଯ ବରିଷ୍ଠ
ହେ ପୂଜ୍ଯ ବରିଷ୍ଠ
ମହିୟସୀ ମାତା ହେ ପୂଜ୍ଯ ପିତର
ପରିଣତ ବୟଃ ପ୍ରାପ୍ତ
କୃପା ଦୃଷ୍ଟି ତୁମ୍ଭ କରୁ ସଦା ଭିକ୍ଷା
ନତୁବା ଆମ୍ଭେ ଅନାଥ ।
ତୁମ୍ଭ ଶୁଭାଶିଷ ଆତ୍ମିକ ବିଶ୍ବାସେ
ପରିଚୟ ଆମ ସୃଷ୍ଟି
ତୁମ୍ଭ ପାଦପଦ୍ମେ ସ୍ବର୍ଗ ସୁଖ ଶାନ୍ତି
ତୁମ୍ଭେ ଆମ ଗତି ମୁକ୍ତି ।
କାଳଜୟୀ ତୁମ୍ଭେ ଅତୁଟ ଅଭିଜ୍ଞ
ପୁରୁଷ ପୂୂଜ୍ଯ ପ୍ରଜ୍ଞାନ
ତୁମ୍ଭେ ପକ୍ଷୀ କ୍ଲାନ୍ତ ଶ୍ରାନ୍ତ ଅବିଶ୍ରାନ୍ତ
ଜ୍ୟୋତି ଦିଗନ୍ତ ଅମ୍ଳାନ ।
ଜଳିଅଛ କେତେ ସଳିତା ପ୍ରାୟକ
ଢାଳିଅଛ ଲହୁ ଲୁହ
ତୁମ୍ଭ ପରିଶ୍ରମ ବଳେ ବର୍ତ୍ତମାନ
ଏ ସଂସାର ସୁଖମୟ ।
ସହଜ ସ୍ୱଭାବ ସମାଧାନ ସୂତ୍ର
ତୁମ୍ଭେ ଜୀବନ ଆଦର୍ଶ
ଲୋଡା ସର୍ବୋପରି ଜ୍ଞାନ ଅଭିଜ୍ଞତା
ତୁମ୍ଭ ସ୍ନେହ ପରାମର୍ଶ ।
ତୁମ୍ଭେ ବନ୍ଦନୀୟ ତୁମ୍ଭେ ପୂଜନୀୟ
ବୟୋଜ୍ୟେଷ୍ଠ ଗୁରୁଜନ
ତୁମ ଶୁଭାଶିଷେ ସମାଜ ଉନ୍ନତି
ସେବା ତୁମ୍ଭ ପୁଣ୍ୟ ଧର୍ମ ।
ଶୋଭାପାଅ ଶିରେ ଦିବ୍ୟ ଶୁଭ୍ର ତେଜେ
ବରିଷ୍ଠ ହେ ଗରୀୟାନ
ବରଦ ମୁଦ୍ରାରେ ବରଷୁ ଅମୃତ
ହେଉ ଆମ୍ଭେ ଭାଗ୍ୟବାନ ।
