ହେ ପଳାୟନ ପନ୍ଥି କବି
ହେ ପଳାୟନ ପନ୍ଥି କବି
ହେ ପଳାୟନ ପନ୍ଥି ପଦ୍ମଭୂ କବି
କେତେଦିନ ଦେଖୁଥିବ ଲାବଣ୍ୟ ବତିର ଓଠ,
ଡାଳିମ୍ବ ମଞ୍ଜିର ଦନ୍ତପଙ୍କ୍ତି,
ତିଲଫୁଲପରି ନାସିକା,
ଓଲଟ ରମ୍ଭାତରୁ ସମ ଜଂଘ
ଚିବୁକରେ ଚୂର୍ଣ୍ଣ କୁନ୍ତଳ,
ସ୍ୱର୍ଣ୍ଣ ମହିରେ କଲାନାଗ ଭଳି
ଆଜାନୁ ଲମ୍ବିତ କେଶ ଆଦି
ରଚୁଥିବ ପ୍ରେମର ଛବି?
ବନ୍ଦ କର ବନ୍ଦ କର ତବ
କଳ୍ପଲୋକର କଥା
ପୁଣି ପ୍ରେମର ବିବିଧ ଗାଥା ।
ହସିବାକୁ ଯେଉଁଠି ହୃଦୟଟିଏ ମିଳେନି,
ଦୁଃଖିର ଦରଦକୁ ଏଠି କେହିତ ଶୁଣେନି ।
ଭୋକର ଭୂଗୋଳ ଦେଖିଚ କି କେବେ ?
କ୍ଷୀର ଟୋପେ ଲାଗି
ମା କୋଳରେ ଛୁଆଟି ହାରୁଚି ମଥା।
ଶୋଷଣ ଲୁଣ୍ଠନ ଧର୍ଷଣ କଷଣ
ପୂରିତ ଯାଇଛି ଦୁନିଆ ,
ଏତେ ବେଳେ କେହି ଲେଖନ୍ତି କି ବନ୍ଧୁ
ପ୍ରେମର ପୁଷ୍ପିତ କାମନା ନିଆଁ।
ବୁଲିଆସ ଥରେ ଦାଦନ ଖଟିରେ
ଦେଖିବ କେମିତି କଅଁଳ ଛୁଆଟି
ଭୋକର ବିକଳେ ଶୋଇଚି
ନିର୍ଧୁମ୍ ଖରାରେ।
ଦାରିଦ୍ର୍ୟର ଉଗ୍ର ବାସ୍ତବତା
ମଦନର ପଦ୍ମ କଢ଼ି ଫୁଟାଇବାକୁ ଦେଇନି କେବେ
କିଶୋରୀର ଛାତି ସରସୀରେ ।
ଭଣ୍ଡ ଏଠି ଦଣ୍ଡ ମାରେ
ଜୀବନ ବଡ ଦାଣ୍ଡରେ
ଯେତେ ଭ୍ରଷ୍ଟାଚାର
ଦେଖି ସବୁ
ଶୁଅନ୍ତି କୁମ୍ଭକର୍ଣ୍ଣ ନିଦ୍ରାରେ।
ଏତେବେଳେ କେହି କବିତା ଲେଖଇ
ଗୋଲାପି ଓଠର ମହୁଲି ନିଶାରେ?
ପାରୁଚ ତ ବନ୍ଧୁ କବିତାଟେ ଲେଖ
ଏଇ ମାଟିର କଥା ,
ଯେଉଁଠି ଥିବ ମାଟିର ମନ୍ତ୍ର
ମାଟିର ମମତା,
ମଣିଷ ଜୀବନ ଗାଥା।
ମରଣ ଦୁଆରେ ଚରଣ ଅରପି
ପାରୁଛ ତ ଯଦି
ଗାଅରେମାନବବାଦର କଥା 🙏
------------ ପି ଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଢେଙ୍କାନାଳ
