ହେ ନ୍ୟାୟାଧୀଶ
ହେ ନ୍ୟାୟାଧୀଶ
ଧୀରା ଧୀମନ୍ତର ମନୁଷ୍ୟ କୃତି ନିରାଟ ସତ୍ୟ
ମୁହିର ଗହଣେ ବୁଦ୍ଧିର କିବା ଅଛି ମହତ୍ତ୍ଵ ।
ତିନି ତୁଣ୍ଡେ ବଳି ପଡଇ ଯେହ୍ନେ ଛାଗଳ ପ୍ରାଣ
ମୁର୍ଖ ସଙ୍ଗେ ଶୁଦ୍ଧି ଜନଙ୍କ ଯେହ୍ନେ ସଂଧ୍ୟା ବରଣ ।
ନ୍ୟାୟାଧୀଶ ହାତେ ସବୁରି ଦୋଷ ନିର୍ଦ୍ଦୋଷ କ୍ଷମା
ତାହାଙ୍କୁ ନକର କିଞ୍ଚିତେ କେବେ ଅବମାନନା ।
ଦେବଲୋକେ ବସି ଶ୍ରୀହରି ସତ୍ୟ ନ୍ୟାୟ ବିଚାରି
ପାପି ତପି ଭାଗ୍ୟ ରେଖାକୁ ବେନି ହସ୍ତରୁ ପାରି ।
ପ୍ରବୀଣତା ଦୂରଦର୍ଶିତା ଯିଏ ଶୋଭିତା ହୋଇ
ସୁଧା ଗରଳକୁ ବିଭକ୍ତେ ନେଇ ବିଚାରି ଥୋଇ ।
ତସ୍କର ପଳାନ୍ତି ଆନନ୍ଦେ ଦଣ୍ଡ ହେଲେ କୋହଳ
ତ୍ୟାଗ କି କରିବ ସ୍ବଭାବ ସାରା ଜୀବନ ଖଳ ।
ମିଛ ସତ ଅବଲୋକନେ ଧ୍ୟାନ ରହିଲେ ସ୍ଥିର
ରିପୁଙ୍କ ବିକ୍ଳବ ଦୁଷ୍ଟାମୀ ସବୁ ହୋଇବ ଛାର ।
ମଧୁର ବଚନେ ତୋଷିଣ ବିକ୍ରି କରନ୍ତି ମୀନ
ଛଳନାରେ ବାନ୍ଧି ନିଅନ୍ତି ଦେଖି ସରଳ ମନ ।
ସୀସା ହୀରା ବେନି ଦ୍ରବ୍ୟ ଯେ ସମୁଜ୍ଜଳ ମସୃଣ
ପୃଥକ କରିବା ଶକ୍ତିରେ ନ୍ୟାୟାଧୀଶ ମହାନ୍।
ନ୍ୟାୟ ଦଣ୍ଡ ବଳ ପ୍ରଦାନେ କରଶାଖାରେ ଦୀପ୍ତି
ସତ୍ୟ ପଥେ ପ୍ରାପ୍ତି ହୋଇଲେ ଜନ ବଦନେ ଶାନ୍ତି ।
ନ୍ୟାୟଧୀଶ ବୁଦ୍ଧି ଶକତି ଜନ ମନୁଷ୍ୟ ସାଥୀ
ବକ୍ର ଦୃଷ୍ଟି କଲେ ପହିଆ ଭାଙ୍ଗି ଅଚଳ ରଥୀ ।
ଧର୍ମ ତରାଜୁରେ ତଉଳି ଦେଇ ଥାନ୍ତି ବିଚାର
ଆଖି କଳାପଟି ଖୋଲିଣ ଚାଲୁ ଲେଖନୀ ଗାର ।
ଜଗତ ମଙ୍ଗଳ କାରଣେ ସ୍ଥାନ କର ଧାରଣ
ସତ୍ୟ ଧର୍ମ ଦେଖି କରିବେ ସଦା ଦଣ୍ଡ ବିଧାନ ।