ହେ ମୋର କଲମ
ହେ ମୋର କଲମ
ହେ ମୋର କଲମ
ସଦା ରହି ଥାଅ ତୁମେ ମଉନ ।
ମୂଲ୍ୟ ତୁମର ମାତ୍ର କେଇ ପଇସା
ଥରେଇ ଦିଅ ଅନ୍ୟାୟର ଅଟ୍ଟାଳିକା ।
ଦୁର୍ବଳ ଅବଳା ସିନା ତୁମର ଏ ତନୁ
କାହିଁ କେତେ ଭୟ ଦୂର କର ମନୁ ।
ଅତି ଆପଣାର ବନ୍ଧୁ ହେ ତୁମେ ବିଶ୍ବାସର ସଖା,
ତୁମରି ତୀକ୍ଷ୍ଣ ମୁନରେ ଫୁଟେଇଛି କେତେ ମୋର ଲେଖା ।
ଗଲାଣି ଯେ କେତେ ସାହିତ୍ୟ ଇତିହାସ,
ସବୁରି ଉପରେ ତୁମେ ଦେଇଛ ଅମର ଗାର ।
ପେଷଣ ଶୋଷଣ ଦୂଷଣ ଛଳନାର ଦୁର୍ବିସହ,
କାହାକୁ କେବେ ନ ଥାଏ ତୁମର ଭୟ ।
ଚାଲିନ କେବେ ତୁମେ ଛଳନା ପଥରେ,
ସବୁ ଲୁଚିଗଲେ ହେଲେ ତୁମେ ତ ଲୁଚିନ କେବେ କାଳ ଇଙ୍ଗିତରେ।
କେତେ ଯେ ମସ୍ତକ କରିଛ ଛିନ୍ନ, ଅନ୍ଧେ ଦେଇଛ ଆଖି,
ତୁମ ଦେହେ ଗଢା କାରୁକାର୍ଯ୍ୟ ଦେଖି ମନ ତ ଯାଏ ଲାଖି ।
ମୂକ ଓଠରେ ତୁମେ ତ ଭରିଛ ଶବ୍ଦର ଅଭିଧାନ,
ତୁମ ପାଇଁ ଇତିହାସ ସଂସ୍କୃତି ପରମ୍ପରା ହେଇ ନାହିଁ ଲୀନ ।
ହଜାର ହଜାର ବର୍ଷ ତଳର ଯୁଦ୍ଧ,
ଇତିହାସ ତୁମେ ହିଁ କରିଛ ଲିପିବଦ୍ଧ ।
ହେ ମୋର କଲମ ଜାଗ୍ରତ କର ହେ ଜାଗ୍ରତ କର,
ଆଜି ସୁପ୍ତ ପ୍ରାୟ ଏ ମାନବ । । ।
