STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ହେ ଈଶ୍ବର ତୁମେ କେମିତି ଅଛ

ହେ ଈଶ୍ବର ତୁମେ କେମିତି ଅଛ

1 min
245


ହେ, ଈଶ୍ବର ତୁମେ କେମିତି ଅଛ ?

  କହିଦିଅ ଖୋଲି ଯାହାଥିଲା କାଲି

  ସବୁ ସତ ସତ ନକହି ମିଛ,

ହେ, ଈଶ୍ବର ତୁମେ କେମିତି ଅଛ ?


ହେ, ଈଶ୍ବର ତୁମେ କେମିତି ଅଛ ?

  କେମିତି ସାଧନା କରି ହେ ସର୍ଜ୍ଜନା

  ଦୂରେଇ ଦେଉଛ ଭାବିକି ତୁଚ୍ଛ,

ହେ, ଈଶ୍ବର ତୁମେ କେମିତି ଅଛ ?


ହେ, ଈଶ୍ବର ତୁମେ କେମିତି ଅଛ ?

  ଦୁଃଖ କହିବିନି ଆଉ ମୁଁ ତୁମକୁ

  ଭକତଟେ ଭାବି ଆସ ମୋ କଚ୍ଛ,

ହେ, ଈଶ୍ବର ତୁମେ କେମିତି ଅଛ ?


ହେ, ଈଶ୍ବର ତୁମେ କେମିତି ଅଛ ?

  ନିତି ମୁଁ ମରୁଛି,ନିତି ମୁଁ ଜନ୍ମୁଛି

   ଏନ୍ତୁଡି,ମଶାଣୀ ପଛକୁ ପଛ,

ହେ, ଈଶ୍ବର ତୁମେ କେମିତି ଅଛ ?


ହେ, ଈଶ୍ବର ତୁମେ କେମିତି ଅଛ ?

 ନର ଦେହେ ଅବା ନାରାୟଣ ଦେହେ

 ଅବା ମହାମାରୀ ଭୂତାଣୁ ମ୍ଳେଚ୍ଛ,

ହେ, ଈଶ୍ବର ତୁମେ କେମିତି ଅଛ ?


ହେ, ଈଶ୍ବର ତୁମେ କେମିତି ଅଛ ?

  ବାପା,ମାଆ,ଭାଇ ଅଛନ୍ତି କି ନାହିଁ ?

   ସବୁ କ'ଣ ଦାରୁ ଦିଅଁରେ ସ୍ବଚ୍ଛ ?

ହେ, ଈଶ୍ବର ତୁମେ କେମିତି ଅଛ ?



Rate this content
Log in

Similar oriya poem from Tragedy