Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Tragedy

3  

Sagar Kumar Parida

Tragedy

ହେ ବିଜୟ

ହେ ବିଜୟ

1 min
2


ଉତ୍କଳ ସିନେମା ଜଗତ ଗଗନେ

          ଉଜ୍ବଳ ତାରକା ସମ

ଅଭିନୟ କଳା କୌଶଳ ବଳରେ

          ଜିଣିଲ ସଭିଙ୍କ ମନ ।।

ତୁମ ସମ ଦକ୍ଷ କଳାକାରଟିଏ 

          ଦେଖିବକି ଆଉ ବିଶ୍ୱ

ଦୁଃଖ ସାଗରରେ ଭସାଇଣ ତୁମେ

           ଚାଲିଗଲ ବହୁ ପଥ ।।

ମାତା ଶାନ୍ତିଲତା ପିତା ଆଦିକନ୍ଦ

           ବହୁ ତପସ୍ୟାର ବଳେ

ସିନେମା ମାଧ୍ୟମେ ପରିଚିତ ତୁମେ

           ହୋଇଲ ଏହି ଉତ୍କଳେ।।

ସମସ୍ତ ଚରିତ୍ର ନିଖୁଣ ଭାବରେ

          ଅଭିନୟେ ତୁମେ ଦକ୍ଷ

ଅପୂରଣୀୟ ଯେ ତୁମ ଶୂନ୍ୟସ୍ଥାନ

          ପୂରଣେ କେବା ସମର୍ଥ ?

ଅଫେରା ରାଇଜେ ଯାଇଅଛ ଚାଲି

          ଶୋଇ ମୃତ୍ୟୁର କୋଳରେ

ଚାହିଁ ରହିଅଛୁ ଫେରି ଆସ ତୁମେ

           ଆଉ ଥରେ ଏ ଭୂତଳେ ।।   


Rate this content
Log in

Similar oriya poem from Tragedy