STORYMIRROR

Sunita Kumari Pradhan

Tragedy Inspirational

4  

Sunita Kumari Pradhan

Tragedy Inspirational

ତୁ ଉଠେ ମାଆ

ତୁ ଉଠେ ମାଆ

1 min
326


ତୁ ଉଠେ ମାଆ

ଆଖି ଖୋଲି ଦେଖ ଥରେ

ତୋ ଭିତରେ ସୁପ୍ତ ଥିବା ଦେବୀ ଟିକୁ

ଯେ ଫୁଲ ବଦଳରେ

ତ୍ରିଶୂଳ ଧରିବାର ସାମର୍ଥ୍ୟ ରଖେ !


ତୁ ଉଠେ ମାଆ,

ଏବେ ଭାଙ୍ଗି ପଡ଼ିବାର ବେଳ ନୁହଁ

ଉଠି ଗଢ଼ି ତୋଳି ବାର ବେଳ

ବିସ୍ତୀର୍ଣ୍ଣ କୋମଳ ଗାଲିଚା ଉପରେ

ଦମ୍ଭ ର ଦୁର୍ଗ ଟିଏ ଠିଆ କରିବାର ବେଳ।


ତୁ ଉଠେ ମାଆ,

ଏବେ ଲୁହ ଝରେଇବାର ବେଳ ନୁହଁ

ଲୁହ ବଦଳ ରେ ଲହୁ

ଦାସତ୍ୱ ବଦଳ ରେ ଅଧିକାର

ନିଜକୁ ପ୍ରମାଣିତ କରିବାର ଉପଯୁକ୍ତ ସମୟ।


ତୁ ଉଠେ ମାଆ

ବେଦନା ସିକ୍ତ ଯନ୍ତ୍ରଣା ଗୁଡ଼ିକୁ

ଯୁଦ୍ଧ କରିବାକୁ ଦେ ଅହରହ ନିଜ ନିଜ ମଧ୍ୟ ରେ

ଲୁହ ଗୁଡ଼ିକୁ ଅସ୍ତ୍ର କରି

ତୁ ଆଗେଇ ଚାଲ ତୋ ଲକ୍ଷ୍ୟ ପଥରେ।


ତୁ ଉଠେ ମାଆ

ଆଖିର ଲୁହ କୁ ନୀରବ ରେ ପିଇ

ଅନ୍ୟାୟ କୁ ମଥା ପାତି ସହିବା ନୁହଁ

ଦୃଢ଼ ପ୍ରତିବାଦ ର ସମୟ ଉପନୀତ

ନିଜ ଭିତରେ ଦୂର୍ଗା ଟିଏ

ସୃଷ୍ଟି କରିବାର ମହାର୍ଘ ମୁହୂର୍ତ୍ତ ଇୟେ।


ତୁ ଉଠେ ମାଆ

କୌଣସି କିମ୍ବଦନ୍ତୀ ର ନାୟିକା ନୁହଁ

ତୋ ଲକ୍ଷ୍ୟ ହେଉ

ରଚିବା ଏକ ନୂଆ କାହାଣୀ

ଯେଉଁଠି ରଚୟିତା ତୁ,ନିର୍ଦ୍ଦେଶିକା ବି ତୁ 

କାହାଣୀ ର ଆରମ୍ଭ ବି ତୁ ଆଉ ଶେଷ ମଧ୍ୟ ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunita Kumari Pradhan

Similar oriya poem from Tragedy