STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଆତ୍ମ ନିବେଦନ

ଆତ୍ମ ନିବେଦନ

1 min
276


କାରଣ କହିଲି

ବାରଣ ମାନିଲି

ଶରଣ ଗଲି ତୋ ପାଦେ

ଚରଣ ବରଣ

କରି ମୁଁ କରୁଣ

ଜଣାଣ ଗାଇଲି ପଦେ ।


ପରାଣ ମୋହର

ଭିଆଣ ତୋହର

କରେ କିଛି ନିବେଦନ

ତାରଣ ନାଶନ

ଦେବୁ ଦରଶନ

ଶେଷ ଦିନ ଶମଶାନ ।


କରୁଣା ବାରିଧି

ଆହେ ଦୟାନିଧି

ମାର୍ଜଣ କର ହେ ବାରେ

ମରଣ ଦୁଆରେ

ପଙ୍କଜ ପୟରେ

ଶେଷ ଅଭିଳାଷ ଥରେ ।


ବରୁଣ ଦାରୁଣ

ତରୁଣ କଷଣ

ଶ୍ରବଣ ସରଣୀ ଧାରଣ ଧରି

ପରାଣ ଆତ୍ମଜ

ଚରଣ ସରୋଜ

ଫଗୁଣ ମାସରେ ରଙ୍ଗ ଆବୋରି

ଆତ୍ମ ନିବେଦନ ନୀଳାଚଳ ବିହାରି ।



Rate this content
Log in

Similar oriya poem from Tragedy