STORYMIRROR

Sandhyarani dash

Tragedy

4  

Sandhyarani dash

Tragedy

ସପନର ସୌଦାଗର

ସପନର ସୌଦାଗର

1 min
227


ଗହଳ ନିଦରେ ହୃଦ୍ ସ୍ପନ୍ଦନ ରେ

କରି ଦେଲ ନୂଆ ଘର

ଖରା ଛାଇ ମିଶା ଆଲୋକ ଭିତରେ

ସପନର ସୌଦାଗର।


କେବେ ପାଶେ ଥାଅ କେବେ ଦୁରେ ଦୂରେ

ତୁମକୁ କି ଭୁଲି ପାରେ

ତୁମ ପାଇଁ ମୋର ହୃଦୟ କୋଣ ଟି

ଭରେ ନିତି ସପନ ରେ

ତଥାପି କାହିଁକି ବୁଝେ ନାହିଁ ମନ

ମନେ ପଡ ବାର ବାର।


ମିଛ ପ୍ରତାରଣା କରେ ବାଟ ବଣା

ସ୍ମୃତି ସବୁ ଅପାଶୋରା

ମଧୁ ଶୋଷି ପୁଣି ଦୁରେ ଗଲ ଚାଲି

ନୟନ ଲୁହରେ ଭରା

ଭଙ୍ଗା ମନ ଭଙ୍ଗା ହୃଦୟକୁ ଧରି

ଅପେକ୍ଷା ଆର ପାରିର।


ରଙ୍ଗ ଲିଭିଲାଣୀ ମନରୁ ଦେହରୁ

ଆଖିରେ ବୟସ ଗାର

ତନୁ ମନ ମୋର ଆପେ ଜଳି ଯାଏ

ପାଦ ହେଲାଣି ଅଥିର

ଜୁଇ ତଳେ ଥାଇ ଲୁହ ନଈ ବାହି

ତୁମେ ମୋର ଆପଣାର

ସପନର ସୌଦାଗର।


Rate this content
Log in

Similar oriya poem from Tragedy