Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRANATI MAHAPATRA

Tragedy Inspirational

3  

PRANATI MAHAPATRA

Tragedy Inspirational

ହାୟ ହାୟ ହୋଇ ମରିବ

ହାୟ ହାୟ ହୋଇ ମରିବ

1 min
346


ଜନ୍ମରୁ ଏ ଯାଏ

ସେଇ ଗୋଟିଏ ରୋଗ ମୋର,

ପିଲାବେଳେ ପୁଣି ଏବେ, 

ସେ ରୋଗକୁ ନା ଡାକ୍ତର ନା ବଇଦ

ନା ତୁଟୁକା ମୂଳିକା,ନା ଝଡାଫୁଙ୍କା ।


କେଉଁ ଥିରେ ଭଲ ହୁଏନି

ଥାଏ କ୍ଷତାକ୍ତ ଯନ୍ତ୍ରଣା,

ଅସହ୍ୟ ପୀଡା ସାରା ମନକୁ

ପ୍ରତିକ୍ଷଣ କୋରିକୋରି 

ଦେଉଥାଏ ଅଦୃଶ୍ୟ କଷ୍ଟ ।


ନା କହିହୁଏ,ନା ଦେଖେଇ ହୁଏ,

ନା ଏଥିରୁ ତ୍ରାହି ଥାଏ

ଅକ୍ଟୋପାସ ପରି ସବୁବେଳେ,

ସବୁସ୍ଥାନରେ ସବୁ ପରିସ୍ଥିତିରେ ତ

ସାରା ଜୀବନ ମୋ ଶରୀରକୁ

କାବୁ କରିଥାଏ ।


ସେ ରୋଗ ଏକା ମୋର ନୁହେଁ,

ମୋ ଭଳି ଏ ସମାଜରେ ପ୍ରାୟ

ଏକ ତୃତୀୟାଂଶ ଲୋକଙ୍କର

ଦେହ, ମନ,ଆତ୍ମା କୁ କାବୁ କରିଦିଏ

ବାହାରି ବାକୁ ଜୁ ନ ଥାଏ ।


ରୋଗର ନାମ ହେଲା ଗରୀବ

ଆଉ ସବୁଠାରୁ ବଡ଼ କଥା 

ଏ ଗରିବୀପଣିଆର ସଦା

ଉପହାସ,ଜୁଲମ,ଅତ୍ୟାଚାର ହେଉଥାଏ ।


ଖାଇବାକୁ,ପିନ୍ଧିବାକୁ,ମୁଣ୍ଡ ଗୁଞିବାକୁ,

ଏ ସମାଜରେ ରହିବାକୁ ନଥାଏ ତାର ଅଧିକାର

ଟିଟ୍କାରୀ ମରା ଚାଲେ ସମସ୍ତଙ୍କର

କେତେବେଳେ ସେ ବିଲରେ

ଫୋଲଡ଼ନ ପିଇ ସୁଖନିଦ୍ରା ଯାଇ

ମୋକ୍ଷ ପାଇଯାଏ ତ,

ଆଉ କେତେବେଳେ ବଣଜଙ୍ଗଲରୁ

ବିଷାକ୍ତ ଖାଦ୍ୟ ଖାଇ ଖାଇ ।


ସବୁଥିରୁ ମୁକ୍ତି ପାଇଁ ନିଶା ସେବନ କରେ ତ,

କେତେବେଳେ ତା ଘରର ଇଜ୍ଜତ

ରାଜରାସ୍ତାରେ ନିଲାମ ହୁଏ

କାହାର ଏଥିରେ ଦୋଷ,

ଗରୀବର,ଗରୀବ ପଣିଆର

ସୃଷ୍ଟି ସର୍ଜନା କରିଥିବା ଭଗବାନଙ୍କର,

ନା ଜୁଲମ କରୁଥିବା ବଡ଼ବଡିଆଙ୍କର ।


ଏ ଗରିବ ଶେଷରେ କେମିତି ବଞ୍ଚିବ?

ଏ ଗରୀବକୁ କିଏ ଦୟା କରିବ,

ସେ କଣ କରିବ ।

ଗରୀବ ଶେଷରେ ହାୟ ହାୟ ହୋଇ କଣ ମରିବ ।



Rate this content
Log in

Similar oriya poem from Tragedy