ହାରିଦେବି ଏ' ଜୀବନ
ହାରିଦେବି ଏ' ଜୀବନ


ଶୁଣ ଶୁଣ ବୁଦ୍ଧିଜୀବୀ ଶୁଣ ପ୍ରଶାସନ,
ଦାଦନ କହିଲେ-ହାରିଦେବି ଏ' ଜୀବନ ।
ଗାଆଁରେ ମୋ ଜମିଅଛି ଧାନ-ମୁଗ ଫଳେ,
ଖୋଜ ବା ନ ଖୋଜ ଏଠି କେତେ କାମ ମିଳେ ।
ବିଦେଶ ବୁଲାର ନିଶା ଘାରିଛି ଆମକୁ,
ଅଧିକ ଆଶାରେ ଆମେ ଛାଡ଼ିଛୁ ଘରକୁ ।
ବଙ୍ଗାଳି ତେଲୁଗୁ ଆସି କରୁଛନ୍ତି କାମ,
ନିଜ ଅଞ୍ଚଳରେ ଲାଗେ ଆମକୁ ସରମ ।
ବୁଦ୍ଧିଅଛି ବଳଅଛି ବିଦେଶ ବୁଲିବୁ,
ଅଳପ ଦିନରେ ଧନୀ ହୋଇଲେ ଫେରିବୁ ।
ପାଠ ସିନା ହେଲା ନାହିଁ କଉଶଳ ଜଣା,
ପାଠୁଆ ଅଫିସରଙ୍କୁ କରୁ ବାଟବଣା ।
କେବେ ଯାଉ କେବେ ଆସୁ କିଏ ଜାଣେ ନାହ
ିଁ,
ଘରକୁ ଫେରିଲେ ଥରେ ଦେଖ ଆମ ଛଇ ।
ଵିପଦବେଳେ କହିବୁ ସରକାର ରଖ,
କେମିତି ଦୁଃଖରେ ଅଛୁ ପ୍ରଶାସନ ଦେଖ ।
କରୋନା ଆତଙ୍କ କାଳେ ଫେରିଥିଲୁ ଘର,
ଭାବିଥିଲୁ ମୋଟା ଧନ ଦେବ ସରକାର ।
ଦାଦନ ଦାଦନ କହି ଘଉଡ଼େଇ ଦେଲେ,
ଅଛୁଆଁ କହି ଏକାନ୍ତ ବାସରେ ରଖିଲେ ।
ଘରେ ପଶିବାକୁ ଘରଲୋକ କଲେ ମନା,
ସବୁ ଆଶା ଭରସା ତ ହେଇଗଲା ଚୂନା ।
ଏଜେଣ୍ଟ ଆମ ଦେବତା ବଡ଼ ବୁଦ୍ଧିମାନ,
ଆଖିରେ ପଟି ବାନ୍ଧିଛି ଜିଲ୍ଲା ପ୍ରଶାସନ ।
ଧରମକୁ ଆଖିଠାର ସବୁନୀତି ମିଛ,
ଆସ ବିଦେଶକୁ ଯିବା ଆଉ କିଏ ଅଛ ।