STORYMIRROR

Arjuni charan Behera

Comedy Others

4  

Arjuni charan Behera

Comedy Others

ଅଷ୍ଟେଇଁ ବନ୍ଧୁ

ଅଷ୍ଟେଇଁ ବନ୍ଧୁ

2 mins
560


ସବୁମାସ ମଧ୍ୟେ ସାର ମାସ ମାର୍ଗଶୀର୍ଷ l

ମୁଁ ଅଟେ ଏ ମାସ କହିଛନ୍ତି ଜଗଦୀଶ ll

ଏ ମାସ କୃଷ୍ଣ ପକ୍ଷରେ ପ୍ରଥମ ଅଷ୍ଟମୀ l

ଖ୍ୟାତଅଟେ ନାମ ତାର ପ୍ରଥମା ଅଷ୍ଟମୀ ll

ପିତୃ କୁଳ, ମାତୃ କୁଳ, କୁଳର ମଣ୍ଡନ l

କୁଳର ଗୌରବ କୁଳ ପ୍ରଥମ ସନ୍ତାନ ll

ପ୍ରଥମ ଭଣଜା ଆଉ ଭାଣିଜୀଙ୍କ ପାଇଁ l

ଜାମାଯୋଡ ଭାର ପଠିଆନ୍ତି ମାମୁଁମାଇଁ ll

ଭଣଜା ବୈରାଗୀ ଅଟେ ପାଞ୍ଚ ବରଷର l

କଣା ମାମୁଁ ଧରିଗଲେ ଅଷ୍ଟମୀର ଭାର ll

ଭିଣୋଇର ଘରେ ଯାଇ ପହଞ୍ଚିଲେ ଶଳା l

ଦେଖିଲେ ଘରେ ପଡ଼ିଛି ଯେମନ୍ତ ବେଙ୍ଗଳା ll

ଭଉଣୀ କାନ୍ଦୁଛି ବସି ସକେଇ ସକେଇ l

କୁକୁରଛୁଆର ସାଥେ ବୈରାଗୀ ଖେଳଇ ll

ଘରେ ନାହିଁ ଅଷ୍ଟମୀର କିଛି ଆୟୋଜନ l

ମାମୁଁ ଭାବେ ମୋ ଆସିବାହେଲା ଅକାରଣ ll

ଗେଲ୍ହେଇ ଗେଲ୍ହେଇ କଲେ ଭଉଣୀକୁ ପୁଛା l

କେମନ୍ତ ଘଟଣା ସବୁ କହ ଆଲୋ ସଚ୍ଚା ll

ଭଉଣୀ କହଇ ଧୀରେ ଶୁଣ ଆହେ ଭାଈ l

ଏଥର ବିବାହ ବାର୍ଷିକୀ ଆମ୍ଭ ହୋଇ ନାହିଁ ll

ଭିଣୋଇ ଯାଇଛି ଭୁଲି ତାରିଖ ଓ ବାର l

ସେପାଇଁ ଲାଗିଛି ଆମ୍ଭ ଏ ମହା ସମର ll

ଖାଡ଼ା ଖାଡ଼ା ଉପାସରେ ଯାଇଛନ୍ତି ଛୁଟି l

କରିବାକୁ ଦପ୍ତରରେ କାଢ଼ୁଆ ଡିଉଟି ll

ଭାଈ ବୋଲେ ଭଉଣୀକୁ ଇଏ ଗୋଟେ କଥା l

ଚାଲ ଯିବା ଆମ ଘର ତୁଟି ଯିବ ବ୍ୟଥା ll

ଏମନ୍ତ ବୋଲି ଭଣଜା ଭଉଣୀକୁ ନେଇ l

ନିଜ ଗ୍ରାମ ଅଭିମୁଖେ ଗଲେଟି ପଳାଇ ll

ସଞ୍ଜବେଳେ ବାବୁ ଯେବେ ଦପ୍ତରୁ ଅଇଲା l

ଘରେ ଦେଖିଲା ଝୁଲୁଛି ଗୋଟେ ବଡ଼ତାଲା ll

ପଡ଼ିଶା ଘର ତାହାଙ୍କୁ କୁଞ୍ଚି କାଠି ଦେଇ l

ସମସ୍ତ ଘଟଣା ଠିକେ ଦେଲେଟି ବତାଇ ll

ଘଟଣା ଶୁଣି ବାବୁଙ୍କ ମଥା ଘୁରି ଗଲା l

କହିଲେ ଭଉଣୀ ଭାଈ ଲଗାଇଛ ପାଲା ll

ଦେଖିବି ଶଳାକୁ ମୋର ଅଷ୍ଟେଇଁର ବନ୍ଧୁ l

ଏଥର ଖାଇବୁ ବାବୁ ବଡ଼ ବଡ଼ କେନ୍ଦୁ ll

              


Rate this content
Log in

Similar oriya poem from Comedy