STORYMIRROR

Santosh Kumar Ojha

Comedy

4  

Santosh Kumar Ojha

Comedy

ପଡ଼ିଶା କାଞ୍ଜି

ପଡ଼ିଶା କାଞ୍ଜି

2 mins
281


ଏଣୁ କାଞ୍ଜି ଗଲା ଖରେ

ଯାଇ ପହଞ୍ଚିଲା ବ୍ରାହ୍ମଣ ଘରେ

ବ୍ରାହ୍ମଣ ଝିଅ ତ ସୁନ୍ଦରୀ ଯୁବା

ନେଇ ପଳେଇଲା କଟିଅା ଧୋବା

କଟିଆ ଧୋବା ଧରେ ଚଢ଼େଇ

ତାର ପଡ଼ିଶା ବାଞ୍ଛା ବଢ଼େଇ ।


ତହୁଁ କାଞ୍ଜି ଗଲା ବଢ଼େଇ ଘରେ

ବଢ଼େଇଆଣି ଦେଖି ଚା କରେ

ବାଞ୍ଛା ବଢ଼େଇ ହାଣେ କାଠ

ତା ପୁଅ ପଢ଼ୁଛି ଓକିଲ ପାଠ

ସହରୁ ଆସିବ ହାକିମ ହେଇ

ତାର ପଡ଼ିଶା ପେଟୁ ପୋଇ ।


ପେଟୁ ପୋଇ ର ପେଟ ବଡ଼ 

କାଞ୍ଜି ହେଲା ଯାଇ ହଡ଼ବଡ଼ 

ପେଟୁ ପୋଇ ସ୍ତ୍ରୀ ଖାଏ ଖଇନି

ମୁଖ କର୍କଟ ତା ଜମା ଛାଡ଼ୁନି

ଅଧା ବୟସରେ ହେଲା ମରଣ

ତାର ପଡ଼ିଶା ଯେ ଛେଲା ପାଣ ।


ଛେଲା ପାଣ ବଜାଏ ଢୋଲ

କାଞ୍ଜି ପହଞ୍ଚିକି ହେଲା ବେହାଲ

ମାଡ଼ ଖାଏ ଢୋଲ ପାଣର ଟଙ୍କା

ପକ୍ଷାଘାତ ରୋଗେ ମୁହଁଟି ବଙ୍କା

ପାଲୁଣି ଟାଣୁଛି ବଙ୍ଗାଳୀ ବିଡ଼ି

ତାର ପଡ଼ିଶା ମାଧିଆ ରାଢ଼ି ।


ମାଧିଆ ରାଢ଼ି କୁଟେ ଚୂଡ଼ା

ଇଙ୍ଗିରାଜି କହେ ଥୋଡ଼ା ଥୋଡ଼ା

ତା ପୁଅ ଆଣିଛି ଇଂଲିଶ୍ ବୋହୂ

କାଞ୍ଜିକି ଛାଟିଲା ତତଲା ଜାଉ

ଘାଅା ହେଇଗଲା କାଞ୍ଜି ଚେହେରା

ତାର ପଡ଼ିଶା ଧର ବେହେରା ।


ଧର ବେହେରା ଜାତିରେ ତେଲି

ତେଲ କାଢ଼େ ନିତି ଘଣା ପେଲି

କାଞ୍ଜି ପଶିଗଲା ଠେଲି ପେଲି

ତେଲୁଣି ପିଟିଲା କବାଟ କିଳି

କାଞ୍ଜିକି ତ ହେଲା ରକତ ବାନ୍ତି

ତାର ପଡ଼ିଶା କୁଟୁରୀ ତନ୍ତି ।


କୁଟୁରୀ ତନ୍ତି ବୁଣେ ଲୁଗା

କାଞ୍ଜି ପାଇଲାନି ବସିବା ଜାଗା

ଲୁଗା ବିକି ଯାଏ ବେତଡ଼ା ହାଟ

ଯେତେ ଯାହା କଲେ ପୁରେନି ପେଟ

ତନ୍ତି ଠାରୁ ତନ୍ତିଆଣି ଚାଲାକ

ତାର ପଡ଼ିଶା ବାଉ ନାୟକ ।

<

br>

ବାଉ ନାୟକ ବାଡ଼ିରେ ହାଟ

କାଞ୍ଜିକୁ ଦେଖି ଦେଲା କବାଟ

ବାଡ଼ି ପରିବା ଦାଣ୍ଡରେ ବିକେ

ସଂଜ ହେଲେ ନାଲି ପାଣିରୁ ଟେକେ

ବୁଢ଼ୀ ପଳେଇଲା ବୁଢ଼ାକୁ ଛାଡ଼ି

ତାର ପଡ଼ିଶା କହ୍ନେଇ ହାଡ଼ି ।


କହ୍ନେଇ ହାଡ଼ି କାଢ଼େ ଛାଲ

ଶୁକ କଣ୍ଡରାକୁ କରିଛି ଢାଲ

ଶୁକ କଣ୍ଡରା ତା ପଡ଼ିଶା ଭାଇ

ଖବର ଯୋଗାଏ ମଲା ଗାଈ

କାଞ୍ଜି ଗଲା ନାହିଁ କହ୍ନେଇ ବାସ

ତାର ପଡ଼ିଶା ନଦିଆ ଦାସ ।


ନଦିଆ ଦାସ ବାଡ଼ିରେ ଚାଷ

ଗଞ୍ଜେଇ ଖାଇକି ହଉଛି କାଶ

ଡାକ୍ତର କହିଲେ ଫୁସ୍ ଫୁସ୍ ନାହିଁ

କାଞ୍ଜି ଗଲା ନାହିଁ ତା ଘର ଡେଇଁ 

ଆଉ କିଣୁ ନାହିଁ ଗଞ୍ଜା ପୁଡ଼ିଅା

ତାର ପଡ଼ିଶା ରାଧୁ ଗୁଡ଼ିଅା ।


ରାଧୁ ଗୁଡ଼ିଆର ମିଠା ଦୋକାନ

କାଞ୍ଜିକି କରିଲେ ବଡ଼ ସମ୍ମାନ

ଗୁଡ଼ିଆଣି ଦେଇ ଉଖୁଡ଼ା ଖଇ

କାଞ୍ଜିକି କରିଲା ଧରମ ଭାଇ

ଧରମ ଭାଇର ପ୍ରୀତି ମଧୁର

ତାର ପଡ଼ିଶା ଭଜୁ କମାର ।


ଭଜୁଆ କମାର ପକାଇ ଶାଳ

ଲୁହାରେ ବନାଏ କତା, ଶାବଳ

କାଞ୍ଜି ପହଞ୍ଚିଲା ଦ୍ବିପ୍ରହର

କାଟ ପାଣିରେ ସେ ଝାଡ଼େ ନଜର

ଧାର କରେ ଛୁରୀ ପକାଇ ଶାଣ

ତାର ପଡ଼ିଶା ଶଶୀ କରଣ ।


ଶଶୀ କରଣର ବଢ଼ିଲା ଝିଅ

ପଖାଳ ଖାଉଛି ପକାଇ ଘିଅ

କାଞ୍ଜି ଦେଲା ଯାଇ ଭଲ ପ୍ରସ୍ତାବ

କରଣ କରିଲା ବନ୍ଧୁ ହିସାବ

କାଞ୍ଜି ରହିଗଲା ବାହାଘର ରେ

ଫେରିବ ଲାଗୁଛି ଚଉଠି ପରେ ।


କାଞ୍ଜି ପିଉଥିଲା କଷି ପଇଡ଼

ଘୋଳଦହି ଦେଲା ରଘୁ ଗଉଡ଼

ଅଗାଧୁଆ ପଶେ ଠାକୁର ଘରେ

କାଞ୍ଜି ଫେରି ଗଲା ବ୍ରାହ୍ମଣ ଘରେ

ଦେହକୁ ନେବନି ଦନେଇ ଅଜା

କାଞ୍ଜି ସାଥେ ମିଶି କରନ୍ତୁ ମଜା ।


Rate this content
Log in

Similar oriya poem from Comedy