Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

3  

Tapan Kumar Swain

Children

ଗୁରୁ ଦିବସ

ଗୁରୁ ଦିବସ

1 min
174


ଆସ କୁନା କୁନି ପୁପୁନୁ ଦିପୁନୁ

ଯେତେ ଅଛ ସାଙ୍ଗ ସାଥି 

ଧୂପ ଦୀପ ଧରି ବନ୍ଦାପନା କରି

ଗୁରୁଙ୍କୁ କରିବା ସ୍ମୃତି । 


ଗୁରୁଙ୍କ ପଥରେ ହେବା ଅନୁଗାମୀ

ଶୁଣି ତାଙ୍କ ହିତ ବାଣୀ 

ଦୟା କ୍ଷମା ଗୁଣ ଶୁଦ୍ଧ ଆଚରଣ

ଶିଖିବା ତାଙ୍କଠୁ ପୁଣି । 


ଆମ ପରି ଶିଶୁ ଆରୁଣୀ ଜାବାଳି 

ଏକଲବ୍ୟ ନଚିକେତା 

ଗୁରୁପୂଜା କରି ଉପମନ୍ୟୁ ପୁଣି

ହୋଇଲେ ଜଗତଜିତା । 


ତାଙ୍କରି ଆଶିଷେ ମୁର୍ଖ ହୁଏ ଜ୍ଞାନୀ

ଲଭେ ଜ୍ଞାନ ମାନ ଖ୍ୟାତି 

ତାଙ୍କ ସ୍ନେହ ଶ୍ରଦ୍ଧା କରୁଣା ହୋଇଲେ

ଅନ୍ଧାରେ ମିଳଇ ଜ୍ୟୋତି । 


ଆଜିପରି ଦିନେ ରାଧାକୃଷ୍ଣନଙ୍କ

କଥା ଭାରି ମନେ ପଡେ 

ତାଙ୍କରି ଅମର ଜନମ ତିଥିରେ

ଗୁରୁ ଦିବସଟି ପଡେ । 



Rate this content
Log in

Similar oriya poem from Children