Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

3  

Tapan Kumar Swain

Children

ଗୁରୁଙ୍କ ଆଶିଷ ନେବା

ଗୁରୁଙ୍କ ଆଶିଷ ନେବା

1 min
170


ଆସ ସାଙ୍ଗ ସାଥି ଶରଣ ପଶିବା   

 ଗୁରୁଦେବଙ୍କର ଚରଣ ପୂଜିବା

ଅନ୍ତରେ ଭକତି ଆଣି  

ଦୟା କ୍ଷମା ଗୁଣ ଶୁଦ୍ଧ ଆଚରଣ

ଶିଖିବା ତାଙ୍କଠୁ ପୁଣି ।


କହିବା ସବୁଠି ବିନୟ ବଚନ

ସେବା ପୂଣ୍ୟପଥେ ରଖି ଲୟ ମନ

ଥିଲେ ଆମେ ସତ୍ୟ ପଥେ 

ଗୁରୁଙ୍କର ବାଣୀ ମାନି ଚଳୁଥିଲେ 

କଣ୍ଟା ଫୁଟିବନି ପାଦେ ।


ଗୁରୁ ଆଶୀର୍ବାଦ ଥିବ ଯା' ମଥାରେ

ବିନୟ ଵଚନ ଥିବ ଯା' ତୁଣ୍ଡରେ

ବଡ ହେବ ସେହି ଜନ 

ସାରା ଜଗତରେ ଯଶ ଅରଜିବ 

ବଡ ହେଉ ଅବା ସାନ ।


ଆମେ ଦିନେ ଶିଶୁ ଆରୁଣୀ ଜାବାଳି

ସତ୍ୟକାମ ନଚିକେତା ଭୃଗୁ ଭଳି

ଶିଷ୍ୟ ଟିଏ ଯଦି ହେବା 

ଗୁରୁ ପୂଜା କରି ଏକଲବ୍ୟ ପରି

ଗୁରୁଙ୍କୁ ପରୀକ୍ଷା ଦେବା ।


ଗୁରୁ ଦିବସରେ ଗୁରୁ ପୂଜା କରି

ଗୁରୁଙ୍କର ବାଣୀ ସଦା ଅନୁସରି

ଗୁରୁଙ୍କ ଆଶିଷ ନେବା 

ଗୁରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ

କଥା ମନେ ପକାଇବା ।



Rate this content
Log in

Similar oriya poem from Children