STORYMIRROR

KSHIRADRI SAHU

Abstract Children

3  

KSHIRADRI SAHU

Abstract Children

ହେ ଗାନ୍ଧୀ ଦେଖିଯାଅ ଥରେ

ହେ ଗାନ୍ଧୀ ଦେଖିଯାଅ ଥରେ

1 min
452


ପଞ୍ଚସ୍ତରି ବର୍ଷ ସ୍ବାଧୀନ ଏଦେଶ

ପରାଧୀନଠାରୁ ହୀନ

ଜନତାଙ୍କ ଦୁଃଖ ବଢ଼େ ଅପ୍ରମିତ

ଭୟରେ ବିତଇ ଦିନ।


ରାମ ରାଇଜର ସପନ ହଜିଛି

ରାବଣ ରାଜୁତି ଚାଲେ

ଦିନ ଦ୍ବିପ୍ରହରେ ସୀତା ମାନଙ୍କର

ହରଣଟା ବଢ଼ି ଚାଲେ।


ସ୍ବଦେଶୀ ବରଜି ବିଦେଶୀକୁ ଆଜି

ଅତି ଆପଣାର କରେ

ଯେତେ ସରକାରୀ କରନ୍ତି ବିକିରି

ପୁଞ୍ଜିପତିଙ୍କ ହାତରେ।


ନିଶା ନିବାରଣ ବଦଳରେ ଜାଣ

ନିଶା ପାଏ ପ୍ରୋତ୍ସାହନ

ଗ୍ରାମଠୁଁ ସହର ଦେଖ ସବୁଠାର

ଖୋଲା ମଦର ଦୋକାନ।


କୁଟୀର ଶିଳ୍ପଟା ହୁଏ ହଟହଟା

ନାହିଁ ତା'ର ଚିହ୍ନ ବର୍ଣ୍ଣ

ପ୍ରତ୍ୟେକ କ୍ଷେତ୍ରରେ ଯନ୍ତ୍ର ଦାନବରେ

କାର୍ଯ୍ୟ ହୁଏ ସମ୍ପାଦନ।


ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

ଧରଣୀ ଶ୍ରୀ ହୀନ କରୁଛି ରୋଦନ

ବଢ଼ଇ ତା'ର କଷଣ।


ସ୍ବପ୍ନର ଭାରତ ଏହି କିବାସେତ

ବୁଝିତ ନପାରୁ ଆମେ

ସରଗ ରାଇଜୁ ଆସ ଆହେ ଗାନ୍ଧୀ

ଦେଖିଯାଅ ଥରେ ତୁମେ।


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract