STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଆ' ଜହ୍ନମାମୁଁ ଶରଗ ଶଶୀ

ଆ' ଜହ୍ନମାମୁଁ ଶରଗ ଶଶୀ

1 min
241


ଜହ୍ନ ଆସିଛି ଭାରି ଖୁସିରେ 

ଭୋଦୁଅ ରାତିରେ ଗଗନ ଛାତିରେ,

ଖେଳାଏ ଚମକ କୁଆଁରୀ ମନରେ

ପିଲା ଠାରୁ ବୁଢା ଜହ୍ନ ଆଲୁଅରେ।


ଲେଖା ହୁଏ ପୁଣି କାହାର ଯେ ନାମ

ତା'ସାଥିରେ ଥାଏ ପୁଣି କେତେ କାମ

କରିବାକୁ ଘର ତା ପୃଷ୍ଠରେ ମନ

ବଳାଇଛି ସତ କରିବ ସପନ।


ଶରଗର ଶଶୀ ସେ ଜହ୍ନମାମୁଁ

କାନେ କାନେ ଶୁଣିଥିଲି ଜନମୁଁ

ମୋ ପାଇଁ ଟିକିଏ ଜାଗା ରଖିବାକୁ

ହସି ହସି କହେ ଦୂରରୁ ମାନୁ।


ବୈଜ୍ଞାନିକ ନୁହେଁ କି ପରୀକ୍ଷକ

କୁନି ଶିଶୁ ଟିଏ ପୁଣି ମାନବ

ମାଆ କହେ ପରା ଆ'ଜହ୍ନମାମୁଁ

ତୋ ପାଖକୁ ଯିବ ମୋହର ମାନୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational