ମନ କାଗଜ ଡ଼ଙ୍ଗା..
ମନ କାଗଜ ଡ଼ଙ୍ଗା..
ଶ୍ରାବଣର ଧାର ଅଛି
ବରଷା ଵି ଝରୁଛି
ମୌସୁମୀ ଝର ଅଛି
ମରମରେ ମରୁଛି
ଟିକି ଟିକି ତାରାଫୁଲ
ଅଗଣାରେ ଖେଳୁଛି
ଟିପି ଟିପି ବର୍ଷା ଛିଟା
ଦେହ ମନେ ବୁଣୁଛି
ତୋଫା ତୋଫା ଚାନ୍ଦିନୀ ଵି
ଫିକ ଫିକ ହସୁଛି
ଗୁଣ ଗୁଣ ଭଅଁର ଵି
ଫୁଲେ ଫୁଲେ ରସୁଛି
ମନ ଅଛି, ମୋହ ଅଛି
ରଂଗ ଅଛି, ରୂପ ଅଛି
ହେଲେ ମରମକୁ ମହୁନି..?
ଝର ଝର ଝରଣା ଵି
କୁଳ କୁଳ ବହୁଛି
କୁହୁ କୁହୁ କୋଇଲି ଯେ
ମନ ଖୋଲି ଗାଉଛି
ନେତି ନେତି ସଜ ଫୁଲ
ଅଗଣାରେ ହସୁଛି
ଫୁଲ ସିନା ଫୁଟୁ ଅଛି
ହେଲେ ମନଫୁଲ ତ ଫୁଟୁନି
ଯେଉଁ ଫୁଲ ଫୁଟୁଥିଲା
ହସୁ ଥିଲା,ମୋହୁ ଥିଲା
ସେ ହସକୁ ମୁଁ ଯେ ଖୋଜୁଛି
ଯିଏ ଝରୁଥିଲା ତୁନି ତୁନି
କେଉଁଠି ସେ ହଜିଛି
ମଖମଲି ହସ ବୋଧେ
କେଉଁ ଗୋପନରେ ଋଷିଛି..!
&nbs
p; କାଗଜର ନାଆ ଥିଲା
କୁନି କୁନି ଇଚ୍ଛା ଥିଲା
ବହୁ ଥିଲା ଭିଜୁ ଥିଲା
କେବେ ମନ ତଳେ ଲୁଚୁଥିଲା
ସରାଗ ଵି ବାଣ୍ଟୁ ଥିଲା
ଆଜି କେଉଁଠି ସେ ଲୁଚିଛି
କାହିଁ ସେ ଡ଼ଙ୍ଗାକୁ ମୁଁ ଖୋଜୁଛି
ହସୁ ଥିଲା, କାନ୍ଦୁ ଥିଲା
ରାଗୁ ଥିଲା, ଋଷୁ ଥିଲା
ସେନେହରେ ଲୋଟୁଥିଲା
ମମତା ଵି ମାଖୁଥିଲା
ଆଜି କେଉଁଠି ସେ ରହିଛି
ଏ ଜୀବନକୁ ମୁଁ ଦେଖୁଛି
ବ୍ୟସ୍ତ ଓ ବିବ୍ରତ ହିଁ ଲାଗୁଛି
ଆଉ ଖୋଜୁଛି ମୁଁ ମୋ ନିଜକୁ
କେତେ ବଦଳି ସେ ଯାଇଛି..!
ନାଆ ଅଛି ନାଁଆ ଅଛି
ବରଷାର ପାଣି ଵି
ଅଝଟିଆ ମନ ଅଛି
ନାହିଁ ଓଳି ତଳେ ସୁଅ ଟି
ଦେହ ସିନା ଭିଜୁଥିଲା
ତା ସାଥିରେ ମନ ଵି
ଦେହ ଅଛି ବର୍ଷା ଅଛି
ହେଲେ ମନ ଏବେ ହଜିଛି
ପିଲାଦିନ ମଜା ଯେତେ
ସେ ଲୁଚକାଳି ଖେଳ ଵି
ଖୁସି ଥିଲା ଫୁର୍ତ୍ତି ଥିଲା
ସେ ଅଦିନିଆ ଝଡ଼ ଵି
କାହିଁ ସେଇ ପିଲାଦିନ
ମନ କାଗଜର ନାଆ ଵି
ଛାଡି ମୁଁ ଯେ ଆସିଛି କାହିଁ
ସେ ଅପାସୋରା ମନ ଵି..!