STORYMIRROR

Santosh Kumar Ojha

Children

3  

Santosh Kumar Ojha

Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
206


କୁନୁ ମୁନୁ ଟୁନୁ ଜଗନ

ଚିନ୍ତାରେ ସମସ୍ତେ ମଗନ

   କେମିତି ଖେଳିବେ ବର୍ଷାରେ ,

ଗାଆଁ ଗୋହିରି ରେ

ପାଣି ସୁଅ ଦେଖି

   ଜଳୁ ଥିଲା ଗେଲି ଈର୍ଷା ରେ ।


 ଝିପିରି ମେଘରେ ଛତାଟିଏ ଧରି

ପାଦ ଚିପିଚିପି ହସ କିରିକିରି

     ଆସିଲା ମୋ ସାଙ୍ଗ ଗଙ୍ଗା,

 କାଗଜକୁ ଚିରି

କରିଲା ତିଆରି

       ମନ ପସନ୍ଦର ଡଙ୍ଗା ।


ନିଜ ଡଙ୍ଗା ଧରି ଆନନ୍ଦରେ

ପହଞ୍ଚିଲୁ ଯାଇ ସୁଅ ଧାରେ

      ସବୁ ଡଙ୍ଗା ଦେଲୁ ଭସେଇ,

 ବଗୁଲା ବଗୁଲୀ

 ହସୁ ଥିଲେ ଖାଲି

     ହଗିରି ଆଈକି ବସେଇ।


ଅଜା ପଚାରିଲେ ପିଲାଏ 

ରହସ୍ୟ ଜାଣିଚ କୁହ କିଏ

     କେମିତି ଭାସିଲା ଡଙ୍ଗାଟି,

ଯିଏ ଦେବ କହି

ମିଠା ଦେବି ମୁହିଁ

    ନ କହି ପାରିଲେ ଠେଙ୍ଗାଟି ।


ମନୁଆ କହିଲା ମନେଇ

ଅଜାଙ୍କ ମୁହଁକୁ ଅନେଇ

     ଡଙ୍ଗା ନୁହେଁ ସେତ ଠୁଙ୍ଗା,

ଆର୍କିମେଡ଼ିସ୍ ଙ୍କ ନିୟମଟି ଏହି

     କାହିଁକି ଖାଇବି ଠେଙ୍ଗା ?


ଓହୋ ! ତେବେ ଏମିତି କଥା

ନାଆ ପେଲି ଦେଲି କଲିକତା 

       କାଠ ରେ ଡଙ୍ଗାଟେ ତିଆରି,

ତେର ନଈ ସାତ

ଦରିଆ କୁ ଲଙ୍ଘି

      ବଣିଜ କରନ୍ତି ବେପାରୀ ।


କେଡ଼େ ମଜା କଥା ସତେ ଇଏ

ଖେଳରେ ଖେଳରେ ପାଠ ଥାଏ

       ବିସ୍କୁଟ୍ ସାଙ୍ଗରେ ମଲେଇ,

ପାଣିର ସୁଅରେ 

ଡଙ୍ଗା ଭାସୁଥିଲେ

ଲୋଡ଼ା ନାହିଁ କାତ ତଲେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children