STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
319

କର୍ମ ଓ କର୍ତ୍ତବ୍ୟ ଫଳେ ମଣିଷ ଜଗତେ ଜିଣେ 

ଯେତେ ଯେତେ ଥାଉ ପ୍ରତିଭା ସବୁ ପଡିଥାଏ କଣେ 

ପରିବାର ଓ ସମାଜ ପୁଣି ଦେଶ କର୍ତ୍ତବ୍ୟ କର୍ମକୁ ଗୁଣେ 

ମରିଗଲା ପରେ ସେହି କର୍ମ ବଳେ ସୁନାମ ଟିକେ କିଣେ 

ପିତା ଗୁରୁ ମାତା ଗୁରୁ ବୋଲି ଭାବି କଥା ତାଙ୍କ ଯେ ଶୁଣେ 

ଗୁରୁ ପଦବାଚ୍ୟ ବ୍ୟକ୍ତି ବିଶେଷ ପାଦ ତଳେ ପ୍ରଣମେ 

କିଛି ଶିକ୍ଷା ପାଇ ପରିବେଶରୁ ଜଗତ ଜିଣେ 

ପିମ୍ପୁଡି କେମିତି ସଂଚୟ କରି ରୁତୁରେ ଋତୁକୁ ଗୁଣେ 

ଅଳସୁଆ ଝିଣ୍ଟିକା ତଣ୍ଟି ଶୁଖିଯାଏ ଜୀବନ ହରଣେ 

କର୍ତ୍ତବ୍ୟ କର୍ମକୁ ଆୟୁଧ କରି କେତେ ଗୁଣୀ ମାନୀ ଗଣେ 

ଇତିହାସେ ପରା ନାମ ଲେଖିଛନ୍ତି ସାନମାନେ ଜଣେ ଜଣେ 

ମାତୃ ଜାତି ପ୍ରତି କର୍ତ୍ତବ୍ୟ କୀର୍ତ୍ତି ରଖିଗଲେ ଧର୍ମୀ ଗୁଣେ 

ସଭିଏଁ ଦେବେ ସମ୍ମାନ କାଳଜୟୀ ସେ ମରଣେ 

ଆସୁ ଯେତେ ବାଧା ବନ୍ଧନ ଦ୍ଵିଧା କର୍ତ୍ତବ୍ୟ କର୍ମ ଆହ୍ଵାନେ 

ଯିଏ ରଖେ ଲୟ ନାହିଁ ତା ବିଲୟ ବିଜୟ ବନା ଉଡାଇ ଜୀବନେ 

ଦେଶ ଓ ଜାତିର କର୍ମବୀର ସେହି ଗଣଙ୍କ ମଧ୍ୟରେ ଜଣେ 

କିଏ ସେହି ଜନ କିବା ତାର କର୍ମ ଦେଶ ଦୁନିଆ ଲୋକ ଗୁଣେ 

କର୍ତ୍ତବ୍ୟ କର୍ମ ଭଗବାନ ସମ ଲୟ ରଖି ଜୟ ହୁଏ ସମର୍ପଣେ 

କର୍ତ୍ତବ୍ୟ ଧର୍ମ କର୍ତ୍ତବ୍ୟ କର୍ମ କର୍ତ୍ତବ୍ୟ ଗାରିମା ଗୌରବ ଆଣେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational