ଉତ୍କଳ ରାଜ୍ୟନା ଶ୍ରେଷ୍ଠ
ଜଗନ୍ନାଥ ପ୍ରଭୁ ଯହିଁ ଆରାଧ୍ୟ
ଚାରିଧାମ ଯାଇ ଯାଅ ବାରୁଣୀ
ଏଇଠି ଯେତେକ ଠାକୁର ଠାକୁରାଣୀ
ମଣିଷ ମଧ୍ୟରେ ଦେବତା ପୁଣି
ପୂଜନ୍ତି ରାଜ୍ୟବାସୀ ତାଙ୍କୁ ସୁମରି
ଓଡିଶା ରାଇଜ ପର୍ବ ପର୍ବାଣୀ
ହେଉ ଦଶହରା କି ଖୁଦୁରୁକୁଣୀ
ଲୁଚିରହେ ଏଇଠି କୋଉଠି
ଆସିବାକୁ ଗୋଟେ ବର୍ଷ ନିର୍ଦ୍ଦିଷ୍ଟ ମାସ
ଭାଦ୍ରବ ଅବା ପୁଷ
ପରବ ଗଉଣୀ ଗଉଣୀ
ବାଜେଣା ମାଜେଣା ପ୍ରକମ୍ପିତ ମେଦିନୀ
ମେଢ଼ ଫୁଲ ସାଥେ ଦେବ ଦେବୀଙ୍କ ଓଢଣୀ
ଯଦି ପଚାରିବ ସେ ସବୁ ଦେବଦେବୀ
କୁଆଡେ ଯାଆନ୍ତି
ସ୍ବର୍ଗରୁ ଓଲ୍ହେଇ ସ୍ୱର୍ଗ ବାହୁଡିଯାଆନ୍ତି
ଗଣେଷଙ୍କ ମୂଷା ମଙ୍ଗଳାଙ୍କ ଉଷା
ପାହିଲା ଜାମିନୀ
ଦେବଦେବୀ ଗମନ୍ତି ଫେରନ୍ତି
ଦେଖନ୍ତି ମଣିଷର ତୃଷା
ନିଭାନ୍ତି ଭକ୍ତ ପିପାସା
ହୁଅନ୍ତି ପ୍ରସନ୍ନ ରଖନ୍ତି ଆଛହ୍ନ
ଘୋଡାଇ ଓଢଣୀ
ଦେବଲୋକ ମାଆ ବାପା ମଣିଷଙ୍କର
ନୁଁହଁନ୍ତି ଖାଲି ବରଂ ପ୍ରକୃତି ରଙ୍କୁଣୀ
ଫୁଲ ଫୁଟେ ବାସ ଛୁଟେ
କାଶତଣ୍ଡୀ ପୁଣି ଫେରିଲାଣି
ମାଆ ଦୁର୍ଗା ଆସିବେ ଭବାନୀ ଶିବାନୀ
ମହିଷାମର୍ଦ୍ଦିନୀ ମାଆ କାତ୍ୟାୟିନୀ
ସ୍ୱାଗତ କରୁଛି ପ୍ରକୃତି
କୋଳେ ନଈ ପଠାପରେ କାଶତଣ୍ଡୀ
ଦିବସ ସାୟଂ ରଜନୀ