ବାଜା ବାଜିଲାଣି
ଶଙ୍ଖ ହୁଳହୁଳି ପଡିଲାଣି
ଆସ ଆସ ମାଆ ଦୁର୍ଗା
ଶରତ ଆକାଶ ନିର୍ମଳ ଦିଶିଲାଣି
ପକ୍ଷୀର କାକଳୀ ଶୁଭିଲାଣି
କାଶତଣ୍ଡୀ ହାତ ଠାରିଲାଣି
ଆସ ଆସ ମାଆ ଦୁର୍ଗା
ଆକାଶେ ଦେବ ଦେବୀ ବସିଲେଣି
ପୂଜା ଦେଖିବେ ଭାବିଲେଣି
ତାରା ଫୁଲ ତୋରା ଦିଶିଲାଣି
ନବରାତ୍ର ଶଙ୍ଖ ଫୁଙ୍କିଲେଣି
ଆସ ଆସ ମାଆ ଦୁର୍ଗା
ମଣ୍ଡପେ ଝୁଣା ଧୂପ ଉଠିଲାଣି
ଅଗରୁ ଚନ୍ଦନ ବାସିଲାଣି
ତ୍ରିନେତ୍ର ମାଆଙ୍କର ଫିଟିଲାଣି
ହୁଳହୁଳି ଶବ୍ଦ ଏ ବର୍ଷ ଅବ୍ଦ ଆସିଲାଣି
ପୂଜା ପାଇ ଦୁର୍ଗା ସଜ ସାଜ ଉର୍ଜା
ଘେନ ପ୍ରଣାମ ପ୍ରଣାମୀ ଦୁର୍ଗତିନାଶିନୀ
ସିଂହବାହିନୀ ମାଆ କାତ୍ୟାୟିନୀ
ପୂରୁବ ସୂର୍ଯ୍ୟ ଉଇଁଲେଣି
ପଶ୍ଚିମରେ ପୁଣି ବୁଡିଲେଣି
କ୍ଷମା କର ମାଆ ସୂତା ସୁତେ ତଵ
ଦିବ୍ୟ ନୟନ ଫିଟିଲାଣି
ଆସ ଆସ ମାଆ ଘେନ ପ୍ରଣାମ
ଦିଅ ଆଶୀର୍ବାଦ ନବଗୁଞ୍ଜର ଆସିଲେଣି
ଧାରାକୁ ସରା ଯେ କରୁଛି ପସରା
କ୍ଷମିବ କି ତାରିବ ମାରିବ ଜଣା ପଡିଲାଣି
ଆସ ଆସ ଉଠ ମାଆ ଦୁର୍ଗା
ତୁମ ଆବାହନୀ ତୁମ ବିସର୍ଜ୍ଜନୀ
ଆର ବରଷକୁ ଶରତ ଋତୁରେ
ଆଗମନୀ ହେ ଭବାନୀ ଶକ୍ତି ପ୍ରଦାୟିନୀ
ଷଡ଼ ରିପୁ ନାଶି ଅଇରୀ ବଇରୀ ନାଶି
ଧାରାକୁ ସରଗ କରାଅ ମା ଜେମାମଣି
ଆସ ଆସ ପୂଜା ଘେନ ଶକ୍ତିପ୍ରଦାୟିନୀ