STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ଜହ୍ନ 

ଜହ୍ନ 

1 min
0


ନୀଳ ନୀଳିମାରେ ଜହ୍ନ 
ନୀଳକଇଁ ପାଖେ ବନ୍ଧାଦେଇ ମନ 
ଦେହରେ ଧରିଛି ଚିହ୍ନ 
କିଏ କହେ ଶଙ୍ଖ କିଏ କହେ ପଦ୍ମବନ 
କିଏ କହେ ଗଦା କିଏ କହେ ବୃନ୍ଦାବନ 
କବି ତା କବିତା ସଜାଡ଼ିବାକୁ ଯାଇ 
ଖୋଜେ ଶବ୍ଦତୀର୍ଥ ଉପବନ 
ଜହ୍ନ ମନ କିଏ ନେଇକି ପାରିବ 
ନେଇପାରେ ଯଦି ହୁଏତ ପିଲାଦିନ 
ମୋ କାହ୍ନୁ ହାତରେ ପଡରେ ଖସି 
ଆ ଜହ୍ନମାମୁଁ ଶରଗଶଶୀ 
ବୋଉ ବୋଲୁଥାଏ ଗୀତି 
ରାତି ଆସେ ଯେବେ ଘନ
ଶ୍ୟାମଘନ ଶୁଣେ ଦେଇ ମନ 
ନିଦ ଆସେ ନେଇ ଅନେକ ସ୍ବପ୍ନ 
ନୀଳକଇଁ ପିଆସୀ ଭାରି ଉଦାସୀ 
ତା ନାମରେ ନଦିଅ ଅପମାନ 
ଜହ୍ନ ପା ପାଳେ ପୂର୍ଣ୍ଣମୀରେ ଜନ୍ମଦିନ 
ଉଆଁସ ରାତିରେ ଆଖି ଖୋଜି ବୁଲେ 
କେଣେ ଗଲା ଜହ୍ନ ଭୁଲାମନ 
ନୀଳକଇଁ ମଧ୍ୟ ବିଶେଷ ଦୃଷ୍ଟିରେ 
ଦେଖୁଥାଏ କଳାଜହ୍ନ
 ହଜିଗଲା ନେଇ କେତେ କାହାର ମନ 
ଅର୍ଥକୁ ବିଅର୍ଥ କରି କୁହନା 
ବ୍ୟକ୍ତିଗତ ପ୍ରେମର ଏ ନିବେଦନ 
ସମସ୍ତଙ୍କ ପରି ନୀଳକଇଁ ଆଖି 
ଖୋଜେ ରୁପା ପରି ଜହ୍ନ 
ଯେଣୁ ଜହ୍ନ ଏକା ସମ୍ବେଦନ 
ଜହ୍ନ ମନ କେଉଁଠି ହଜିଛି 
ଜାଣିଥିବେ କାଳଜହ୍ନ ସେ ଚକାନୟନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance