STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

କବିତା 

କବିତା 

1 min
1


ଶବ୍ଦ ପାହାଡ଼ରୁ ତୋଳି ପେନ୍ଥା ପେନ୍ଥା 
ଶବ୍ଦତୀର୍ଥ ସେ କବିତା ଗୁନ୍ଥା 
କେବେ ଦେଶପ୍ରେମ ଗାଥା 
କେବେ ଟୁଆଁ ଟୁଇଁ କଥା 
କେବେ କୋଉ ପାହାଡି ନିଷ୍ପାପ କନ୍ୟାର 
ସମୟାନୁବର୍ତ୍ତିତାରେ ନୋଇଁ ମଥା 
କହେ କାହାଣୀ କାବ୍ୟ ସୂତା 
କେବେ ଛାଇ କେବେ ନଈ ନୀରବତା 
କେବେ ପୁଣି ଧୋଇ ମରୁଡି ପ୍ରକୃତି ବିଚିତ୍ରତା 
କବିତା ଵି ଲତା ବାତ୍ୟା ବନିତା 
କେବେ ସତ କେବେ ସତ୍ୟ 
ଅଳ୍ପ ବହୁତ ଗୁନ୍ଥା 
ପ୍ରକାଶ ପାଏ ଭାବପ୍ରବଣତା
ଅତୀବ ଶବ୍ଦ ବିବିଧତା 
ଅସ୍ପୃଶ୍ୟ କି ଅଦୃଶ୍ୟ ବାର୍ତ୍ତା 
ଯାହା ଶିଖାଏ ହେବାକୁ କୁର୍ତ୍ତା 
ଚିରା ଫଟା ହେଉ ପଛେ ପରିସ୍କୃତା
କହେ ଜୀବନ ଗାଥା 
କିମ୍ବଦନ୍ତୀ ହେଉ ପଛେ ଇତିହାସ କଥା 
କବିତା କବିର ମାନସୀ 
ପାଠକଙ୍କ ଉଷସୀ 
ଭାଗ୍ୟବିଧାତା ସେ କବିତା 
କହେ କେତେ କେତେ କଥା 
ଭାଙ୍ଗିଦେଇ କେତେ କଥା ଗାଥା ବ୍ୟଥା 
ଛିନ୍ନମସ୍ତାର ବାକ୍ୟ ଓ ବକୃତା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract