STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଭୁଲିଯିବା ସହଜାତ  ,,,,,,,,,,,,,,,,,,,,,,,,,,,,,,

ଭୁଲିଯିବା ସହଜାତ  ,,,,,,,,,,,,,,,,,,,,,,,,,,,,,,

1 min
1


ଥରକୁ ଥର ପଡି ତଳେ 
ଉଠେ ଶିଶୁ ଅଭ୍ୟାସ ବଳେ 
ଭୁଲିବା ସହଜାତ ଧର୍ମ 
କରିବାକୁ ହେବ ଅଭ୍ୟାସ କର୍ମ 
ସେପାଇଁ ଆଜି ଶିଶୁ ପାଇଁ 
ଦିବସ ପାଳନ ତାତ୍ପର୍ଯ୍ୟ ରଖଇ 
ଭୁଲିବା ଏକ ସାଧାରଣ କଥା 
ପୁନ୍ନ ପ୍ରକ୍ରିୟା ସ୍ମରଣ କରେ ବାର୍ତ୍ତା 
ଶିଶୁ ଯୁବକ ପୁଣି ବୃଦ୍ଧ 
ଭୁଲିବା ଏକ ପାକ୍ଷିକ ଶବ୍ଦ 
ବିତୁଛି ଅବ୍ଦ ପରେ ପ୍ରାରବ୍ଧ 
ଗୁଣୀ ଜ୍ଞାନୀ ମାନୀ ଲୋକ 
ବସି ଚିନ୍ତନ୍ତି ସହଜ ଲବ୍ଧ 
ତେଣୁଟି ଆଣି ଜାଗରଣ 
ପୁନ୍ନ ପୌନିକ ପ୍ରକରଣ 
ଗାନ୍ଧି ଜୟନ୍ତୀ ହେଉ
 ଅବା ଗୋପବନ୍ଧୁଙ୍କର ଥାଉ 
ଶୁଣିଲେ ଥରକୁ ଥର ଚିତ୍ତେ 
ମନେ ରହିବ ଅଳ୍ପ ବହୁତେ 
ସେପାଇଁ ପୁନ୍ନ ପ୍ରଶାରଣ 
ଅଟେ ଅତ୍ୟନ୍ତ ସକାରଣ 
ଭୁଲିଲେ ବୋଲିବେ ଭୁଲମନ 
ହୋଇବ ନିଶ୍ଚେ ଅପମାନ 
ବେଳହୁଁ ହେଲେ ସାବାଧାନ 
ଧ୍ୟାନ ଧାରଣା ଅବଶ୍ୟ ରହେ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract