STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଶରତ ଜହ୍ନ 

ଶରତ ଜହ୍ନ 

1 min
0


ଶରତ ଆକାଶେ ନିର୍ମଳ ଜହ୍ନ 
ପିଆସୀ ପ୍ରାଣରେ ନବ ଉତ୍ସାହ ଚିହ୍ନ 
ମନ ଘର ଧରେ ନାହିଁ 
ଆକାଶକୁ ଚାହିଁ ଚାହିଁ 
ଜହ୍ନ ଦେଖୁଥାଏ ପିନ୍ଧି ରୁପା ଜୋତା 
କୋଉଠି କିଏସେ ଦେଲା ବାରତା 
ଉଚ୍ଛନ୍ନ ମନ ନିଦାଘ ଦହନ 
ଆଲୋକ ମାଳାରେ ଜହ୍ନ ଶୁଶୋଭନ 
ପୁନେଇଁ ଜହ୍ନ 
ନିର୍ମଳ ସୁନ୍ଦର ତିଳକ ଚିହ୍ନ 
ଅମାବାସ୍ୟା ଯାଉ କାହିଁ 
ଦୂରେ ଯାଇ ରହୁ ନଆସୁ ଏଇଥି ପାଇଁ 
ଜହ୍ନଲୁଚିଗଲେ ଉଆଁସ ଆସିଲେ 
ଭଲ ଲାଗିବନି ମନ 
ଶରତ ଲାଗିବ ତୁଚ୍ଛା ଦହନ ବନ 
ଥା ଦୂରେ ଯେତେ ଦୂରେ ତୁ ଜହ୍ନ 
କିଣୁଥା ଏମିତି ସବୁରି ମନ ଉଚ୍ଛନ୍ନ 
ହେଉ ପିଲାଦିନ ଅବା ମଧ୍ୟାହ୍ନ 
ନହେଲେ ହେଉ ସାୟାହ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational