କବିବର ରାଧାନାଥ ରାଏ
ତୁମକୁ ଖୋଜିଲେ ଆଜିର କବି
ଲାଳିତ୍ୟ ମାଧୁର୍ଯ୍ୟ ଭିତରେ
ଚିଲିକା କାବ୍ୟରେ ପାଏ
ନୈଶର୍ଗିକ ତୁମ ଭାବନା ଭିତରେ
ଆଜିର କବି ଖୋଜୁଥାଏ
ଉପମା ଅଳଙ୍କାର ଭାବାର୍ଥ
ଯୁଗ ଯୁଗରୁ ଆଜିଯାଏଁ
ଚିଲିକା କାବ୍ୟରେ ମା କାଳିଜାଇ
ଦେବୀ ହୋଇଗଲେ ବାତ୍ୟା ରେ
ଯେବେ ବାପା ସଙ୍ଗେ ଶାଶୁଘର ଯାଇ
ଜାଇ ନାମ ସାଥେ କାଳି ବସି
ଦେବୀ ଗଲେ ହୋଇ ମା ମହାମାୟୀ
ବିଚିତ୍ର ବୈଚିତ୍ର୍ୟ କୃପା ପାଇ
ଧନ୍ୟ ତୁ ଚିଲିକା ଗଲୁ କାବ୍ୟ ହୋଇ
ତୋ କୋଳେ ଡ଼ଲଫିନ, ପକ୍ଷୀ
ଗଲେ ସବୁ ସୌନ୍ଦର୍ଯ୍ୟ ବିଷୟବସ୍ତୁ ହୋଇ
ଯେତେ ଦେଖୁଥିଲେ ପିପାସା ବଢ଼ଇ
ରାଧାନାଥ ହେଲେ କାଳଜୟୀ