ମାଆ ଆସିଛି ଆଶୀର୍ବାଦ ଆଣିଛି
ପାର୍ବଣ ଋତୁ ଜାଣୁ
ମନ ଅଥୟ ମାଆ ଦୁର୍ଗା ପୂଜା
ଆସିଛି ଯେଣୁ
ବାଜା ମୃଦଙ୍ଗ ଶଙ୍ଖ ହୁଳହୁଳି
ପଡୁଛି ତେଣୁ
ମନ କହେ ପୂଜିବାକୁ ବୁଲିବାକୁ
କିଣିବାକୁ ଆଶୀର୍ବାଦ ରେଣୁ
ମାଆର ମୂର୍ତ୍ତି ଜାଗୃତି ଶକ୍ତି ଉପାସନା
ଭାବ ଭକ୍ତିର ବେଣୁ
ଦେଖିଦେଲେ ଥରେ ସେ ଦିବ୍ୟ ରୂପ
ମନ ମୁନ ଚୈତନ୍ୟ ରୁଣୁଝୁଣୁ
ଯେପରି ସମୁଦ୍ରରେ ବାଲି ମଣିଷ ଚାଲି
ମାଆ ପାଦ ଶୁଣୁ ଶୁଣୁ
ଚିଲିକାରେ ପକ୍ଷୀ ଉଡ଼ନ୍ତି ପାଗ ଦେଖି
ବିହଙ୍ଗ ଚଢ଼େଇହଗାରେ ଗୁଣୁଗୁଣୁ
ମାଆର ନୁପୁର ଶବ୍ଦତୀର୍ଥ ଅପାର
ଲେଖିବାକୁ ଶବ୍ଦକୁ ଶବ୍ଦରେ ଫେଣୁ
ମହା ଜାଗତିକ ଯାତ୍ରା ଦୁର୍ଗା ମାଆଙ୍କ
ନବଦିନ ଗଣୁ ଗଣୁ
ମାଆଙ୍କ କିଙ୍କିଣୀ ବାଜୁବନ୍ଧ ବେଣୀ
ଝୁରା ଫୁଲ ରେଣୁ ରେଣୁ
ପାରିବ କେ କଳି ମାଆ ଆଶୀର୍ବାଦ
ଅକଳନ ତାହା ଯେଣୁ
ବାଲିଗିରିଡାଟି ବାଲିରେ ହସୁଛି
ପ୍ରତିବର୍ଷ ମାଆ ଆସୁ ଯାଉଣୁ
ଶିଖାନ୍ତି ମାଆ ବୀରତ୍ୱ ଶକ୍ତି ସାହାସ
ଅବଶ୍ୟ ଯାଉ ଆସୁଣୁ
ତାଙ୍କ ପରାକାଷ୍ଠା ନିଷ୍ଠା ଚେଷ୍ଟା ପ୍ରଚେଷ୍ଟା
ମଣିଷ ଜୀବନେ କିଣୁ
,,,,,,,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327