STORYMIRROR

CHINMAYEE PRADHAN

Classics Inspirational Others

3  

CHINMAYEE PRADHAN

Classics Inspirational Others

ଭାବ ରଙ୍ଗମଞ୍ଚେ ନାୟକ ତୁମେ

ଭାବ ରଙ୍ଗମଞ୍ଚେ ନାୟକ ତୁମେ

1 min
2.4K


ଭାବ ରଙ୍ଗମଞ୍ଚେ ନାୟକ ହେ ତୁମେ

    ଆହେ ଭାବର ଠାକୁର,

ଭାବରେ ବାନ୍ଧିଛ ଏ ସାରା ବିଶ୍ୱକୁ

    ଭାବ ଡୋରେ ବନ୍ଧା ନର।


ଶୂନ୍ୟ ଶୂନ୍ୟ ସବୁ ଅଟେ ମହାଶୂନ୍ୟ

    ଶୂନ୍ୟରେ ଚାଲିଛି ଲୀଳା,

ଶୂନ୍ୟବ୍ରହ୍ମ ତୁମେ ଅଣଚାଶ ଧରି

     କରୁଛ ଜଗତେ ଖେଳା।


ମହାଶୂନ୍ୟ ସେଇ ଆକାଶ ମଧ୍ଯରୁ

    ଅନଳ ଉତ୍ପନ୍ନ ହେଲା।

ବାୟୁ ଅଣାକାର ନାହିଁ ତା ଆକାର

     ଅଗ୍ନିକୁ ଜାତ ସେ କଲା।


ଅଗ୍ନିକୁ ଲିଭାଇ ପାରେ ସିନା ଅମ୍ବୁ

      ଜନ୍ମଦାତ୍ରୀ ତାର ସିଏ,

ସେଇ ଅମ୍ବୁ ପୁଣି ଧରି କେତେ ରୂପ

      ପୃଥ୍ଵୀକୁ ଜନମ ଦିଏ।


ପ୍ରକୃତି ଶରୀର ପଞ୍ଚଭୂତ ସାର

     ତହୁଁ ନାହିଁ କିଛି ଆନ,

ଏହି ସଦଜ୍ଞାନ ଥାଉ ସଦା ମନେ

     ଜହୁଁ ସୃଷ୍ଟି ତହିଁ ଲୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics