Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ରାଧାରମଣ

ରାଧାରମଣ

1 min
162


ରାଧାରମଣ ହେ ମୁରଲୀ ପାଣି l

ରାଧାରାଣୀ ନେତ୍ରୁ ବୁହଇ ପାଣି ll

ମଣି ବିମାନେ ଶ୍ରୀରାଧାଗୋବିନ୍ଦ l

ଢ଼ଳି ଢ଼ଳି ଚାଲି ଭକ୍ତେ ଆନନ୍ଦ ll

ଭକ୍ତ ଗଣ ସଙ୍ଗେ ଆନନ୍ଦେ ବୁଲି l

ଚାଚେରୀ ଚାଖନ୍ତି ଖେଳନ୍ତି ହୋଲି ll

ବନ ଫୁଲେ ଶୋଭା ଶ୍ରୀବନମାଳି l

ଶିରେ ବନ୍ଧା ଜାମୁ କଦମ୍ବ ଡାଳି ll

ହସ୍ତେ ଆମ୍ବ କଷି ଦିଶନ୍ତି ଶୋଭା l

ଶ୍ରୀରାଧାଙ୍କ ଜୁଡ଼ା ମଲ୍ଲିକା ଗଭା ll

ରଙ୍ଗ ପିଚକାରୀ କୃଷ୍ଣଙ୍କ ହସ୍ତେ l

ଅବିର ଵର୍ଷଣେ ନାଚନ୍ତି ଭକ୍ତେ ll

ମଧୁରେ ବାଜଇ ଚତୁରେ ବଂଶୀ l

ବ୍ରଜନାରୀ ରହିଲେ ହୋଇ ସଂସି ll

ମନେପଡ଼େ ଆମ୍ବଖାଇ ମେଳଣ l

ଅଇଁଠା ଖିଆର ସେ ଅପମାନ ll

ବକ୍ର ଗ୍ରୀବା ତୁମ୍ଭ ହେ ଚକ୍ରଧର l

ବକ୍ରେ ଚାହିଁଦେଲ ବକ୍ର ନେତର ll

ଵିତନା ସେ ଗ୍ରାମ ହୋଇଲା ଧୂଳି l

ହୋଲିରେ ଯେସନ ହୋଲିକା ଜଳି ll

ସେହି ଦିନୁ ରୋଷ ବହି ଶ୍ରୀହରି l

ମେଳଣ ତେଜିଛ ପ୍ରଭୁ କଂସାରୀ ll

ମୋହନ ମୂର୍ତ୍ତି ହେ ନନ୍ଦ ନନ୍ଦନ l

ଗୋକୁଳ ସୁନ୍ଦର କୃପା ନିଧାନ ll

ଯଶୋଦା ଦୁଲାଳ ଯଶ ବିସ୍ତାରି l

ଭଵ ବାରିଧିରୁ କରିବେ ପାରି ll

ତାଙ୍କ ପଦେ ଧ୍ୟାନ ଲଗାଅ ନରେ l

କୈବର୍ତ୍ତ ସେ ପ୍ରଭୁ ଭଵସାଗରେ ll

       


Rate this content
Log in

Similar oriya poem from Classics