ଅତୀତ କି ଫେରେ"
ଅତୀତ କି ଫେରେ"
ଅତୀତ ଏକ ସପ୍ତରଙ୍ଗ
ତୋଳି ଥିବା ଇନ୍ଦ୍ରଧନୁ
ଅତୀତ ଏକ ସପ୍ତରଙ୍ଗ ପ୍ରଜାପତିର ଗୁଣୁଗୁଣୁ।
ଅତୀତ ଏକ ସ୍ଵପ୍ନମହଲର
ରୂପସୀ ନାୟିକା,
ଅତୀତ ଏକ ସ୍ମୃତି ସ୍ତୁପର
ଅମ୍ଳାନ ସ୍ମରଣୀକା।
ଅତୀତ ଏକ ଦୀଗହରା
ଭାସମାନ ର ନଉକା,
ଅତୀତ ଏକ ଦିଗ ଦୃଶ୍ୟମାନ
ଉଜ୍ବଳ ତାରକା।
ଅତୀତ ଏକ ଭୁଲ୍ ଭ୍ରାନ୍ତି
ସୁଧାରିବାର ମଧ୍ୟ ବିନ୍ଦୁ,
ଅତୀତ ଏକ ଦିଗ ଦର୍ଶନ ର
ଆଦ୍ୟ,ପ୍ରାନ୍ତ ସିନ୍ଧୁ।
ଅତିତ ଏକ ଦିଗବଳୟର
ରକ୍ତ ସୂର୍ଯ୍ୟ ଆଭା,
ଅତୀତ ଏକ ମହକିତ
ମଧୁ ବାସ ମନଲୋଭା।
ଅତୀତ ଏକ ସୁମଧୁର
ସଂଗୀତ ର ସପ୍ତଛନ୍ଦ,
ଅତୀତ ଏକ ମେଘ ମହ୍ଲାରର
ଆନ୍ଦୋଳିତ ରାଗ।
ଅତୀତ ଏକ ଜୀବନର
ଅୟମାରମ୍ଭ ସେତୁ ସ୍ତମ୍ଭ,
ଅତୀତ ଏକ ସ୍ରୋତ ସ୍ବନୀ
ଭବିତବ୍ୟ ପୂର୍ଣ୍ଣକୁମ୍ଭ।
ଅତୀତ ଏକ ସ୍ବର୍ଣ୍ଣପ୍ରସୁ
ଆହ୍ଲାଦିନି ଆବରଣ,
ଅତୀତ ଏକ ଅଫେରନ୍ତା
ବାଟହୁଡା ବନ୍ଧୁଗଣ।
ଅତୀତ ଲୁହ ଭିଜା ଶ୍ରାବଣର
ଅବିଶ୍ରାନ୍ତ ଧାରା,
ସେ ପୁଣି ପୁଲକିତ ଯୌବନର
ଅଟେ ଧୃବ ତାରା।
ଅତୀତ ଟା ପ୍ରତିଦାନ ମାଗେ ନାହିଁ
ଦାନ ତା ଅନେକ,
ସ୍ମୁତି ସ୍ମରଣିକା କୋଳେ ଶୋଇଥାଏ
ତନ୍ଦ୍ରେ ଉପବାସ।
କେବେ ଯଦି ତନ୍ଦ୍ରା ତୁଟେ
କର୍ମ ଘେନି ବହି ଆସେ ଲୁହ,
ଝଞ୍ଜା ରୌଦ୍ରତାପ କେବେ
ଆଉ ବା ମଳୟ ପବନ
ଅତୀତ ଟା ଫେରିବନି
ଏ ଦାନତାର ଅକଳନ,
ଯାହା କୁ ପାଥେୟ କରେ
ଅବଶିଷ୍ଟର ଜୀବନ।
ବିଦାୟ ତାକୁ କେବେ କେହି
କହି ପାରିବେ ତ ନାହିଁ,
ଜୀବନ ଶେଷ ସୋପାନରେ
ଶୋଇ ରହିଥିବେ ଚାହିଁ।
