STORYMIRROR

SIBENDU SARASWATA PANDA

Classics

3  

SIBENDU SARASWATA PANDA

Classics

ଅତୀତ କି ଆଉ ଫେରେ

ଅତୀତ କି ଆଉ ଫେରେ

1 min
221

କହୁଥିଲୁ ଯେବେ ପାଖେ ରହିବାକୁ

ଇଚ୍ଛା ମୋ ନଥିଲା କାହିଁ,

ଜାଣିନି କିମ୍ପାଇଁ ଆଜି ଲାଗୁଅଛି

ତୋ ବିନା ଅଧୁରା ମୁହିଁ।


ହୃଦୟ ମୋହର ଜଳୁଛି ସନ୍ତାପେ

ତୋତେ କରିଦେଇ ପର,

ଏବେ ମୋତେ କହ କିପରି କରିଲେ 

ହେବୁ ତୁହି ମୋ ନିଜର।


ଦୁନିଆଯାକର ନିନ୍ଦା ଅପମାନ

ସହିବାକୁ ଅଛି ରାଜି,

ଯଦି ତୁ କହିବୁ ଏ ଜୀବ ମୋହର

ଲଗାଇ ଦେବି ମୁଁ ବାଜି।


ଥରୋଟେ ଚାଲିଆ ପାଖକୁ ମୋହର

କରିବିନି କେବେ ଦୂର,

ରଖିବି ତୋତେ ମୁଁ ସଦା ମୋର ପାସ

ସଂସାର କଲେ ବି ପର।


ଫେରିଆ ପାଶେ ମୋ କ୍ଷମି ଦେଇ ମୋତେ

ପଡୁଛୁ ତୁ ଭାରି ମନେ,

ତୋ କଥା ଭାବିକି ଦେଖିବୁ ନିଶ୍ଚୟ

ଏ ପ୍ରାଣ ଛାଡ଼ିବ ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics