STORYMIRROR

samhita jena

Classics

3  

samhita jena

Classics

ଗାଁ ଡାକୁଛି ଆ

ଗାଁ ଡାକୁଛି ଆ

1 min
549


ଗାଆଁରେ ଝରଇ ସରଗ ସୁଷମା

ଝୁରୁଛି ଝୁରିବ ମନ

ସହରୀ ଜୀବନ ଭାରି ହୀନିମାନ

ହେଜୁଛି ହେଜିବ ପ୍ରାଣ।


କୋଳାହଳମୟ ସହରଟା ଆଜି

ଜୀବନଟା ଅନିଶ୍ଚିତ

କାଳର କରାଳ ରୂପ ମଣିଷକୁ

କରୁଅଛି ଭୟଭୀତ।


ଭୁଲି ସଦାଚାର କରି ବ୍ୟଭିଚାର

ମଣିଷ ତ ବାଟ ବଣା

ନିୟତି ହାତରେ ନିର୍ବୋଧ ମଣିଷ

ସାଜିଛି ଆଜି ଖେଳଣା।


ସହରର ପାଣି ସହର ପବନ

ଲାଗୁଛି ଭାରି ବିଷମ

ଭାବୁଛନ୍ତି ଲୋକେ ଫେରିଲେ ଗାଆଁକୁ

ଶାନ୍ତିରେ କଟିବ ଦିନ।


ବିଲ,ବଣ,ନଈ, ବରଗଛ ଛାଇ

ଶୀତଳ ସମୀର ବହେ

ପୋଖରୀ,ପଡିଆ ଗାଆଁରେ ବଢିଆ

ଚଢେଇ ତ ଗୀତ ଗାଏ।


ବାରି ବଗିଚାରେ ଜାତି ଜାତି ଫୁଲ

ପବନରେ ଖେଳେ ଦୋଳି

ପନି ପରିବା ତ ଚାଷ କରି ଲୋକେ

ଆନନ୍ଦେ ଯାଆନ୍ତି ଚଳି।


ଦିନ ଅବସାନେ ଗୋଧୂଳି ଲଗନେ

ଗୋଠରୁ ଫେରନ୍ତି ଗାଈ

ଘଣ୍ଟ ହୁଳହୁଳି ଗାଆଁ ମନ୍ଦିରରେ

ଶୁଭେ ଟିକେ ରହି ରହି।


ସଞ୍ଜ ନଇଁଗଲେ କୂଳବଧୂମାନେ

ଚଉରାରେ ସଞ୍ଜ ଦେଇ

ମୁଣ୍ଡିଆ ମାରନ୍ତି ଶୁଭ ମନାସନ୍ତି

ପରିବାର ସୁଖ ପାଇଁ।


ଦିତିଆ ଚାନ୍ଦଟା ଆକାଶେ ଉଇଁଲେ

ଦେଖିବାକୁ ହୁଏ ମନ

ଶୀତଳ ଜୋଛନା ବିଛୁରିତ ହୁଏ

ପଡିଲେ ପୁନେଇ ଜହ୍ନ।


ମଳୟର ସ୍ପର୍ଷ ବଉଳର ବାସ

ରଙ୍ଗର ପସରା ଧରି

ମାଆ ଭଳି ଗାଆଁ ଡାକେ ହାତ ଠାରି

ଆ...ଆ ମୋ କୋଳକୁ ଫେରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics