STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ବିନ୍ଦୁଟିଏ ହେଲେନି ଏଯାଏଁ

ବିନ୍ଦୁଟିଏ ହେଲେନି ଏଯାଏଁ

1 min
131


ଜାଣିନଥିଲେ ଭାରତ ନମ୍ର କିନ୍ତୁ ଦୁର୍ବଳ ନୁହେଁ

ଜାଣିନଥିଲେ ଏ ମାଟି ଉଦାର କିନ୍ତୁ ଭୀରୁ ନୁହେଁ

ସାତଦରିଆ ପାରହୋଇ ପାପ ରକ୍ତରୁ ଜନ୍ମ

ମଣିଷ ରୂପରେ ନିର୍ଦୟ ନିଷ୍ଠୁର ପଶୁ ଦଳ ଆସିଥିଲେ, 

କ୍ରୁର ଶ୍ୱାନ ଚର୍ମଲୁହଲହୁର ବେପାରୀ

ଆସିଥିଲା ମୋ' ମାଆକୁ ଛଡ଼ାଇ ନେବାକୁ

କୋଟିକୋଟି ସନ୍ତାନଙ୍କୁ ଅନାଥ କରିବାକୁ, 

ପାଦତଳେ ଚାକରାଣୀ କରି

ତା' ମନଦେହକୁ ଭିଣିଭିଣି ରକ୍ତ ଶୋଷି 

ସ୍ୱର୍ଣ୍ଣପ୍ରସୁ ମାଟିକୁ ଅକ୍ତିଆର କରି

ଆଜୀବନ ଶାସନ କରିବ ଭେଦଭାବ କରି

କିଛି ମୋର ଅସହାୟ ପୂର୍ବପୁରୁଷଙ୍କୁ ଧରି, 

ଆଉ କିଛି ଲୋଭୀ ଦ୍ରୋହୀଙ୍କୁ ନେଇ

ଅନ୍ଧାର ରାତିରେ ଅର୍ଥ ନିଶାପାଣି ଦେଇ

କରୁଥିଲା ଗୋରା ରାକ୍ଷସ ଷଡଯନ୍ତ୍ର ମନ୍ତ୍ରଣା

ବିନା ଦୋଷେ ମୋ' ମାଆ ପାଉଥିଲା ନର୍କ ଯନ୍ତ୍ରଣା, 

ଯେବେ କାନ୍ଦୁଥିଲା ମାଆ ଭାରତୀ

ଠୋପଠୋପ ବହୁଥିଲା ତା' କ୍ଷତବକ୍ଷରୁ

ତିନିରଙ୍ଗର ଲହୁ ରକ୍ତାକ୍ତ ଦିଶୁଥିଲା ବାହୁ

ତାତି ଉଠୁଥିଲେ ତାର ବୀରପୁତ୍ର ମାନେ

ଦେଶ ଆମ ମାଆ ରକ୍ତର ପ୍ରତିବିନ୍ଦୁ ର 

ଦେଶପ୍ରେମୀ ଗଣ ରଖୁଥିଲେ ହିସାବ, 

ଅସଂଖ୍ଯ ସହୀଦ ଅଗଣୀତ ବୀର ବୀରାଙ୍ଗନା

ନମସ୍ୟ ସେ ମହାନ ଆତ୍ମାଗଣଙ୍କୁ

ସ୍ୱାଧୀନତା ର ସ୍ୱାଦ ଦେଇ ନିଜେ ହଜିଗଲେ

ଆଉ ଛାଡ଼ି ଦେଇଗଲେ ସଙ୍କଳ୍ପ ନୁଆ ଭାରତର, 

ପ୍ରତି ବୀର ଦେଶପ୍ରେମୀ ଥିଲେ ସିନ୍ଧୁ ଜଣେ ଜଣେ

ଆଉ ଆମେ ବିନ୍ଦୁଟିଏ ହେଲେନି ଏଯାଏଁ, 

ବେଳେବେଳେ ପ୍ରଶ୍ନ ଆସେ ଏ ମୁର୍ଖ ମନରେ

ଦେଶପ୍ରେମର ବହ୍ନି ଜଳିବାକୁ କ'ଣ ପୁଣିଥରେ

ଦେଶକୁ ପରାଧୀନ ହେବାକୁ ପଡ଼ିବ, 

ଆଉ ଥରେ କେହିଜଣେ ଆସି ମୋ' ମାଆ କୁ 

ସାମାଜିକ, ଆର୍ଥିକ ଓ ମାନସିକ ଶୋଷଣ କରିବ

ତେବେ ଯାଇ କ'ଣ ଆମେ ଲଢିବା ! 

ଏଥିରେ ସନ୍ଦେହ ଉପୁଜେ

ସେବେଠାରୁ ଏବେ ଯେ

ଦେଶଦ୍ରୋହୀ ସ୍ୱାର୍ଥୀ ଢେର ଅଧିକ

ଯେଉଁଠି ସମ୍ପୂର୍ଣ୍ଣ ମୁକ୍ତ ସ୍ୱାଧୀନ ହୋଇ 

ଜନ୍ମ ନେଇପାରୁନି ଦେଶପ୍ରେମ

ସେଇଠି ପରାଧୀନ ହେଲେ 

ବଢିଯିବ ସ୍ୱାର୍ଥର ଭୋକ, 

ଦ୍ରୋହୀ ସଂଖ୍ଯା ହୁହୁ ହୋଇ ବଢିଯାଇପାରେ

ଭାଗ୍ୟବାନ ଆମେ ସ୍ୱାଧୀନତା ପାଇଯାଇଛେ,

ପୂର୍ବ ବୀର ମାନେ ଦେଶପାଇଁ 

ପହଞ୍ଚି ପାରୁଥିଲେ ଜୀବନ ଦେବାଯାଏ

ନିଜଦେହର ଶେଷ ରକ୍ତବିନ୍ଦୁ ସରିବା ଯାଏ, 

ମହାସାଗର ପରି ଦେଶପ୍ରେମର ଗଭୀରତା ଆଗରେ

ଆମେ ଦେଶଭକ୍ତିର ବିନ୍ଦୁଟିଏ ହେଲେନି ଏଯାଏଁ !


ପ୍ରଣାମ ହେ ବୀର/ ବୀରାଙ୍ଗନା ଦେଶପ୍ରେମୀ

ତୁମକୁ କୋଟି କୋଟି ପ୍ରଣାମ କ୍ଷମା ଦିଅ ଆମକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract