ସମୟ
ସମୟ
କେବେ ଦିଏ ଲୟ କେବେ ଆଣେ ଭୟ କେବେ ମନେ ଆସେ ସଂଶୟ
ରୂପରଙ୍ଗହୀନ ଯାହାର ସେ ଅଜନ୍ମ ଅମର ଅକ୍ଷୟ ଅଟଇ ସେ ସମୟ ।
କ୍ଷତ ଦେଇଯାଏ ଲହୁ-ଲୁହ ବହୁଥାଏ ମନର କ୍ଷତ ତ ସଦା ଗୋପନୀୟ
କହିକି ପାରିବ ସେ ଦୁଃଖ-ବେଦନା ଏକାକୀ କାନ୍ଦେ ହୋଇ ଅସହାୟ ।
ହୃଦୟର କଥା ଆପଣା କି ବୁଝେ ଆଶା ମରିଲେ ନିଏ ସପନ ବିଦାୟ
ବିଦାୟର ସଙ୍ଗୀତ ଶୁଭିଲେ ପୁଣି ଅନ୍ତରର କଣ୍ଠସ୍ବର ହୁଏ ଯେ ଅଥୟ ।
ଥରଥର ଛାତିର କୋହସବୁ ହୁଅଇ ଅଧୀର ଦିଶେ ସବୁ ଖାଲି ଧୂମମୟ
ସମ୍ରାଟ ସେ ପରିସ୍ଥିତି ହସଲୁହର ତା'ହାତେ ସମୟ ସେ ଅଟେ ନିର୍ଭୟ।