ଶେଷ ଆଶା
ଶେଷ ଆଶା
ମରିଯାଉଥିବା ମନକୁ ନିଜେ ନିଜେ ଜିଇଁବାକୁ ପଡ଼େ
ଜୀବନରେ ଦୁଃଖ-ସଂଘର୍ଷକୁ ଗୁରୁ କରିବାକୁ ପଡ଼େ ।
ସମାଜ କ୍ଷେତଟିଏ ଚଷିପୁଣି ଫେରିବା ନିଶ୍ଚେ ନୀଡ଼େ
ଅନେକ ଫସଲ ଦେଖି ଚାଲିବାକୁ ପଡ଼େ ବିଲ ହିଡ଼େ ।
ଅର୍ଥ ତ ଆବଶ୍ଯକତାଟେ ସ୍ନେହଶ୍ରଦ୍ଧାରେ ସମ୍ପର୍କ ଗଢେ
ବିଶ୍ବାସକୁ ଚିହ୍ନି ଜନମନ ସତର୍କେ ଭରସା ନିଶୁଣି ଚଢେ,
ଅତି ଯନ୍ତ୍ରଣାରେ ନିଶ୍ୱାସ ଟା ଅଣନିଶ୍ୱାସୀ ହୋଇପଡ଼େ
ବେଳେବେଳେ ହଠାତ୍ ଆଖିଝରଣାରୁ ପାଣି ଗଡ଼ିପଡ଼େ ।
ଯେ ଆଣିଛି ଦୁନିଆକୁ ପ୍ରଭୁ ସେ ତାକୁ ମାନିବାକୁ ପଡ଼େ
ନିରାଶା ଅନ୍ଧାରେ ନବ ଆଶାର ପାଗ ସେ ହିଁ ତ ଭିଡ଼େ ।
ଲାଗେ ହାରିଲା ପରି ସେବେ ଜିତିବା ରାସ୍ତା ପ୍ରଭୁ ଗଢେ
ଆମର ଏ ଜୀବନର ପାଠ ତ ଏକୁଟିଆ ଈଶ୍ବର ହିଁ ପଢେ।
