STORYMIRROR

Anjana Naik,Anju..Deogarh

Abstract Classics Inspirational

3  

Anjana Naik,Anju..Deogarh

Abstract Classics Inspirational

ବେପାର

ବେପାର

1 min
971

ବେପାର !

ଜନ୍ମଗତ ଅଧିକାର ମୋର

ମୁଁ କେବଳ ବେପାର ହିଁ କରି ଆସିଛି 

ପ୍ରତ୍ୟେକ ସମୟରେ,ପ୍ରତ୍ୟେକ ସମ୍ପର୍କରେ

କାହାର ଜାଣତ ରେ 

ପୁଣି କେବେ ଅଜାଣତରେ 

ସବୁ କିଛି ମୋତେ ହାଟ ରେ ହିଁ 

କିଛି କିଣାବିକା କରିବାର ଅଭିନୟ କରି 

ବଞ୍ଚିବାର ରାହା ପରି ଲାଗିଛି 

ତମାମ ଜୀବନ କାଳ 

ମୁଁ କେବଳ ବେପାର ହିଁ କରି ଆସିଛି ।


ରକ୍ତ ସମ୍ପର୍କରୁ କେତେଯେ ବାହାନା

କେବଳ ଲୁଟିବା ପାଇଁ 

କେତେ ଅଳି-ଅର୍ଦଳିରେ

ବିତି ଯାଇଛି ଶୈଶବ ର ଅଭିନୟ 

ମୁଁ କରୁଥିଲି ସ୍ନେହର ବେପାର ।


ନୂତନ ଫଗୁଣର ଆଗମନରେ 

ଅଜଣା ସ୍ପର୍ଶ ରେ ମୋ ତନୁରେ 

ଖେଳୁଥିଲା ଅଚି଼ହ୍ନା ସେ ଶିହରଣ 

ତାର ପରିଭାଷା ବୋଧହୁଏ 

ବୁଝିବାରେ ଅଡ଼ୁଆ ଲାଗୁଥିଲା 

ବିନା ଶ୍ରାବଣରେ ଭିଜି ଯାଉଥିଲା 

ତନୁ ମନ ଅଜାଣତରେ 

ତେବେ କାହା ପରିଧିରେ ଆବଦ୍ଧ ହୋଇ

ମୁଁ କରୁଥିଲି ପ୍ରେମର ବେପାର ।


କର୍ମମୟ ଜୀବନ ଯୁଧ୍ୟରେ 

ମୋର ନିରିହ କ୍ଳାନ୍ତ ଅବସନ୍ନ 

ଦୁର୍ବଳ ଦେହଟା 

ଅହରହ ସଂଗ୍ରାମ କରି ହାରୁଥିଲା 

ତେବେ ମୁଁ କରୁଥିଲି ଶ୍ରମର 

ତଥା ପାରିଶ୍ରମର ବେପାର ।


କେବେ ସନ୍ତାନ ସହିତ ଭାବର ବେପାର 

ତ ବନ୍ଧୁବାନ୍ଧବ ସହିତ ସମୟୋପଯୋଗୀ 

ସହଯୋଗ ର ବେପାର।


ଜୀବନ ଯୁଧ୍ୟରେ ହାରି 

ମୁଁ ଯେ କେତେ କାଳରୁ ପରାହତ

ଅଲୋଡ଼ା ଏ ଶର ଶଯ୍ୟାରେ 

ସଜ୍ଜିତ ମୋ ଜୀବନ ଚରିତ୍ର 

କରିବି ତ ଦିନେ ଶେଷଥର ପାଇଁ 

ଘଟ ସହିତ ଆତ୍ମାର ବେପାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract