STORYMIRROR

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ମୋ ଗାଆଁ ଓ ତାର ସଂସ୍କୃତି

ମୋ ଗାଆଁ ଓ ତାର ସଂସ୍କୃତି

1 min
234


ଭୁଲି ପାରିନି ମୋ ଗାଁ ରେ ମୋ 

କଥା ପିଲା ଦିନର

ନଈ ପହଁରା ବା ମାଛ ଧରା ବ୍ରାହ୍ମଣୀ 

ନଦୀ ଭିତର।


ସ୍କୁଲରୁ ଫେରି ଆସୁଥିଲି ଧାଇଁ କବାଡ଼ି 

ଖେଳ ନିଶାରେ

ନଥିଲା ଛୋଟ ବଡ଼ ଈର୍ଷା ଓ ଦ୍ୱେଷ 

ଭେଦଭାବ ଖେଳରେ।


ସଂସ୍କୃତିକୁ ମାନି ଓଷା ବ୍ରତ ସବୁ ମୁଁ 

ପାଳନ କରୁଥିଲି 

ରଜ ପରବରେ ବହୁ ଆନନ୍ଦରେ 

ଦୋଳି ଖେଳୁଥିଲି।


ଗଣେଶ ପୂଜା ଶ୍ରୀପଞ୍ଚମୀ ଦିନ କଟୁ 

ଥିଲା ସଜାସଜିରେ ବେଳ

ବିଦ୍ୟାଳୟରେ ବଢ଼ି ସକାଳୁ ସନ୍ଧ୍ୟା 

ପର୍ଯ୍ୟନ୍ତ ଥିଲା ଆମର ଗହଳ।


ଦୋଳ ପୁନେଇଁରେ ରାଧାକୃଷ୍ଣଙ୍କ 

ହେଉଥିଲା ମେଲଣ 

ଗାଁ ସଂସ୍କୃତିରେ ଗର୍ବ ଲାଗୁଥିଲା 

କରିବାକୁ ସେ ପର୍ବ ପାଳନ।


ଶ୍ରୀକୃଷ୍ଣ ଜନ୍ମଦିନ ନନ୍ଦ ଉତ୍ସବ ପାଳନ 

ଥିଲା ସବୁ ଠାରୁ ନିଆରା

ଜାତି ଧର୍ମ ଭେଦ ନଥାଇ ପ୍ରସାଦ

ଖିଆ ଦୃଢ଼ କରୁଥିଲା ଭାଇଚାରା।


ଭରୁଥିଲା ପ୍ରତ୍ୟେକ ବାଡି ଭିତରେ

ଗାଆଁରେ ପନିପରିବା

ନଥିଲା ଫାଷ୍ଟ ଫୁଡ୍ ଖାଦ୍ୟ, ମୁଢ଼ି ଚୁଡା 

ରେ ଭରି ରହୁଥୁଲା ଡବା।


ଗାଁର ପ୍ରାଣ ଥିଲା ଭାଗବତ ଟୁଙ୍ଗି,

ଭାଇଚାରାର ସ୍ଥଳ

ଗାଆଁ ବଦଳିଛି, ଭାଇଚାରାର ଧ୍ୱଂସ

ହୋଇଛି, ସାମ୍ପ୍ରଦାୟିକତାର ବଢ଼ିଛି ବଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract